Categories: ଜାତୀୟ

କେଜ୍‌ରିୱାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ମଙ୍ଗଳବାର ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରିଛନ୍ତି। ଶୁଭେଚ୍ଛା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଏକ ଟୁଇଟ୍‌ରେ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୁଁ ତାଙ୍କୁ ଦୀର୍ଘ ଜୀବନ ଏବଂ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି। ପ୍ରଧାନମନ୍ତ୍ରୀଙ୍କ ଟୁଇଟ୍‌ର ଜବାବ ଦେଇ କେଜ୍‌ରିୱାଲ ଲେଖିଛନ୍ତି, ଧନ୍ୟବାଦ ସାର୍‌। ୧୬ ଅଗଷ୍ଟ ୧୯୬୮ ମସିହାରେ ହରିୟାଣାର ଭବାନୀରେ ଜନ୍ମଗ୍ରହଣ କରିଥିବା କେଜ୍‌ରିୱାଲ ଦିଲ୍ଲୀର ସପ୍ତମ ମୁଖ୍ୟମନ୍ତ୍ରୀ ଅଟନ୍ତି।

Share