Categories: ଜାତୀୟ

‘୨୦୨୪ରେ ଏକତରଫା ଜିତିବେ ମୋଦି’

ନୂଆଦିଲ୍ଲୀ,୧୪।୨: ୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ବଡ଼ ଦାବି କରିଛନ୍ତି। ୨୦୨୪ରେ ଭାଜପାର କାହା ସହ ପ୍ରତିଯୋଗିତା ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ପୁଣିଥରେ ବହୁ ସଂଖ୍ୟାରେ ସରକାର ଗଠନ କରିବ। ଦେଶ ଏକପାଖିଆ ମୋଦିଜୀଙ୍କ ସହିତ ଆଗକୁ ବଢୁଛି। ୨୦୦୨ରୁ ମୋଦିଜୀଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଛି। ହଜାର ହଜାର ଷଡଯନ୍ତ୍ର ସତ୍ତ୍ୱେ ସତ୍ୟ ପଦାକୁ ଆସୁଛି କିନ୍ତୁ ପ୍ରତ୍ୟେକ ଥର ମୋଦିଜୀ ଅଧିକ ଶକ୍ତିଶାଳୀ ଏବଂ ଅଧିକ ଲୋକପ୍ରିୟ। ଭାବେ ସାମ୍ନାକୁ ଆସୁଛନ୍ତି।
ଏକ ସାକ୍ଷାତକାରରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ର ପ୍ରଭାବ ବିଷୟରେ ପଚରାଯିବାରୁ ଶାହା କହିଛନ୍ତି, ବର୍ତ୍ତମାନ ତିନୋଟି ରାଜ୍ୟରେ ନିର୍ବାଚନ ଅଛି, ଦେଖନ୍ତୁ ଏହାର କେତେ ପ୍ରଭାବ ପଡ଼ିବ।
ସୂଚନାଯୋଗ୍ୟ, ଫେବୃଆରୀ ୧୬ରେ ତ୍ରିପୁରାରେ ଭୋଟ ଅନୁଷ୍ଠିତ ହୋଇଥିବାବେଳେ ମେଘାଳୟ ଏବଂ ନାଗାଲାଣ୍ଡରେ ଲୋକମାନେ ଫେବୃଆରୀ ୨୭ରେ ଭୋଟ ଦେବେ। ମାର୍ଚ୍ଚ ୨ରେ ଏହି ତିନୋଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିବ।
ରହିଛି।

Share