ଜି-୨୦ ମାଧ୍ୟମରେ ବିଶ୍ୱଶାନ୍ତି ପାଇଁ ସମସ୍ତ ଦେଶକୁ ଏକଜୁଟ କରିବେ ମୋଦି : ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଟୁଇଟ…

ନୂଆଦିଲ୍ଲୀ/ପ୍ୟାରିସ,୪।୧୨ : ଭାରତ ଜି -୨୦ର ଅଧ୍ୟକ୍ଷ ହେବା ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନିଜର ଏକ ଫଟୋ ଟୁଇଟରରେ ଶେୟାର କରିଛନ୍ତି। ସେ ନିଜ ଟୁଇଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି।

ଭାରତ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ପରେ ମୋଦି ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ଉଲ୍ଲେଖ କରିଥିବାକୁ ନେଇ ମାକ୍ରୋନ ଲେଖିଛନ୍ତି, ଜି-୨୦ ମାଧ୍ୟମରେ ବିଶ୍ୱଶାନ୍ତି ପାଇଁ ସମସ୍ତ ଦେଶକୁ ମୋଦି ଏକଜୁଟ କରିବେ।

ଏହା ପୂର୍ବରୁ ଅନ୍ୟାନ୍ୟ ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ନିର୍ଣ୍ଣାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି।

Share