Categories: ଜାତୀୟ

‘ଗତି ଶକ୍ତି’ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩ ।୧୦: ଦେଶର ଅର୍ଥନୈତିକ କ୍ଷେତ୍ର ସହ ବହୁସ୍ତରୀୟ ସମ୍ପର୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗତି ଶକ୍ତି ରାଷ୍ଟ୍ରୀୟ ମାଷ୍ଟର ପ୍ଲାନର ଶୁଭାରମ୍ଭ କରିବେ । ରେଲ ଓ ସଡ଼କ ସମେତ ୧୬ଟି ମନ୍ତ୍ରଣାଳୟକୁ ସଂଯୋଗ କରୁଥିବା ଏହା ଏକ ଡିଜିଟାଲ ପ୍ଲାଟଫର୍ମ । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ସମନ୍ୱିତ ଯୋଜନା ତଥା ଭିତ୍ତିଭୂମି ସଂଯୋଗିକରଣ ପ୍ରକଳ୍ପର ସମନ୍ୱିତ କାର୍ଯ୍ୟକାରିତାକୁ ପ୍ରୋତ୍ସାହିତ କରିବା । ଏ ସମ୍ପର୍କରେ ସୂଚନା ଦେଇ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ୧୬ଟି ମନ୍ତ୍ରଣାଳୟ ଓ ବିଭାଗ ସେହି ସବୁ ପରିଯୋଜନାକୁ ଜିଆଇଏସ୍ ମୋଡରେ ରଖିଛନ୍ତି, ଯାହା ୨୦୨୪-୨୫ ସୁଦ୍ଧା ଶେଷ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଗତି ଶକ୍ତି ଆମ ଦେଶ ପାଇଁ ଏକ ଜାତୀୟ ଭିତ୍ତିଭୂମି ମାଷ୍ଟରପ୍ଲାନ ହେବ ଯାହା ସାମଗ୍ରିକ ଭିତ୍ତିଭୂମି ପାଇଁ ମୂଳଦୁଆ ପକାଇବ । ବର୍ତ୍ତମାନ ଆମର ପରିବହନ ଧାରା ମଧ୍ୟରେ କୌଣସି ସମନ୍ୱୟ ନାହିଁ । ଗତିଶକ୍ତି ସମସ୍ତ ବାଧାବିଘ୍ନ ଦୂର କରିବ ।

Share