Categories: ବାଣିଜ୍ୟ

ଅର୍ଥନୀତିଜ୍ଞଙ୍କ ସହ ମୋଦିଙ୍କ ଆଲୋଚନା ୮ରେ

ନୂଆଦିଲ୍ଲୀ: ଦେଶର ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆଲୋଚନା କରିବେ। କୋଭିଡ୍‌-୧୯ ଯୋଗୁ ଘରୋଇ ବଜାର ପ୍ରଭାବିତ ହୋଇଛି। ବଜାରର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ବିଭିନ୍ନ କ୍ଷେତ୍ର ବିଶେଷଜ୍ଞଙ୍କ ସହ ମୋଦି ଏଭଳି ଆଲୋଚନାରେ ସାମିଲ ହେବେ ବୋଲି ଜଣାପଡିଛି। ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଭର୍ଚୁଆଲ ଉପାୟରେ ହେବ। ଏଥିରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏବଂ ସିଇଓ ଅମିତାଭ କାନ୍ତ ମଧ୍ୟ ଯୋଗଦେବେ। ଚଳିତ ଆର୍ଥତ୍କ ବର୍ଷରେ ଦେଶର ଅଭିବୃଦ୍ଧି ୭.୫% ଖସିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ଏବଂ ଓ୍ବାର୍ଲଡ ବ୍ୟାଙ୍କ ମଧ୍ୟ ଭାରତର ଅଭିବୃଦ୍ଧି ଯଥାକ୍ରମେ- ୧୦.୩% ଏବଂ ୯.୬% ଖସିବା ନେଇ ଅନୁମାନ କରିଛନ୍ତି। ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପି ୭.୫% ଖସିଛି। ୨୦୧୯-୨୦ରେ ଭାରତର ଅଭିବୃଦ୍ଧି ୪.୨% ରହିଛି।

Share