ଭାରତ-ନର୍ଡିକ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦି

କୋପେନହେଗେନ,୪।୫: ଡେନମାର୍କ ଗ୍ରସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଡେନମାର୍କର ଦ୍ବିତୀୟ ଭାରତ-ନର୍ଡିକ ଶିଖର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ୟୁରୋପ ଗସ୍ତର ଆଜି ଶେଷ ଦିନ। ଦ୍ବିତୀୟ ଦିନରେ ସେ ଡେନମାର୍କ ଗସ୍ତ କରିଥିଲେ। ଦ୍ବିତୀୟ ଭାରତ-ନର୍ଡିକ ଶିଖର ସମ୍ମିଳନୀରେ ଡେନମାର୍କ, ଆଇସଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ସ୍ବିଡେନ ଏବଂ ନରୱେର ପ୍ରଧାନମନ୍ତ୍ରୀମାନେ ଅଂଶଗ୍ରହଣ କରିବେ। ସ୍ବିଡେନର ଷ୍ଟକହୋମ ଠାରେ ପ୍ରଥମ ଶିଖର ସମ୍ମିଳନୀ ୨୦୧୮ରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଅର୍ଥନୀତିରେ ପୁର୍ନଃଉଦ୍ଧାର, ଜଳବାୟୁ ପରିବର୍ତ୍ତନ, ଉଦ୍ଭାବନ ଓ ପ୍ରଯୁକ୍ତିବିଦ୍ୟା ଓ ଶକ୍ତି ଉପରେ ଆଲୋଚନା ହେବ ବୋଲି ଗସ୍ତ ପୂର୍ବରୁ କହିଥିଲେ ପ୍ରଧାନମନ୍ତ୍ରୀ।

Share