Posted inଜାତୀୟ

ଭାଜପା ନେତାଙ୍କୁ ମୋଦିଙ୍କ ତାଗିଦ୍‌, ‘ଅପରେଶନ ସିନ୍ଦୂର’ ଉପରେ ବୟାନ ଦେଲେ ହେବ…

ନୂଆଦିଲ୍ଲୀ,୨୫ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅପରେଶନ ସିନ୍ଦୂର’ ଉପରେ ଅନାବଶ୍ୟକ ବୟାନ ଦେଇ ଭାଜପାର ଭାବମୂର୍ତ୍ତି ନଷ୍ଟ କରୁଥିବା ନେତାମାନଙ୍କୁ ଏକ ବିଶେଷ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ନେତାମାନେ ସେମାନଙ୍କର ଭାଷଣକୁ ନିୟନ୍ତ୍ରଣ କରିବା ଉଚିତ ଏବଂ ଅନାବଶ୍ୟକ ବୟାନଠାରୁ ଦୂରେଇ ରହିବା ଉଚିତ। କୌଣସି ସ୍ଥାନରେ କିଛି କହିବାରୁ ଦୂରେଇ ରୁହନ୍ତୁ। ଏନ୍‌ଡିଏ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ସମୟରେ ଭାଜପା ନେତାମାନଙ୍କୁ ନିର୍ଦ୍ଦେଶ ଜାରି କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ ପ୍ରଧାନମନ୍ତ୍ରୀଙ୍କ ସାହସିକ ନେତୃତ୍ୱକୁ ପ୍ରଶଂସା କରି ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ସୂତ୍ର ଅନୁସାରେ ଶିବସେନା ନେତା ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦ୍ୱାରା ଉପସ୍ଥାପିତ ପ୍ରସ୍ତାବରେ କୁହାଯାଇଛି ଯେ ‘ଅପରେଶନ ସିନ୍ଦୂର’ ଭାରତୀୟଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି। ପ୍ରସ୍ତାବରେ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରାଯାଇ କୁହାଯାଇଛି ଯେ, ସେ ସର୍ବଦା ସଶସ୍ତ୍ର ବାହିନୀକୁ ସମର୍ଥନ କରିଛନ୍ତି ଏବଂ ‘ଅପରେଶନ ସିନ୍ଦୂର’ ଆତଙ୍କବାଦୀ ଏବଂ ସେମାନଙ୍କ ପ୍ରାୟୋଜକଙ୍କୁ ଉପଯୁକ୍ତ ଜବାବ ଦେଇଛି। ବୈଠକରେ ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

ସମ୍ପ୍ରତି, ମଧ୍ୟପ୍ରଦେଶ ଏବଂ ହରିୟାଣାର ଭାଜପା ନେତାମାନେ ସେମାନଙ୍କ ବୟାନ ଦେଇ ଦଳକୁ ବଦନାମ କରିଛନ୍ତି। ହରିୟାଣାର ଭାଜାପା ଏମ୍‌ପି ରାମଚନ୍ଦ୍ର ଜାଙ୍ଗ୍‌ଡା, ବିଜୟ ଶାହା ଏବଂ ମଧ୍ୟପ୍ରଦେଶର ଜଗଦୀଶ ଦେବଡ଼ା ଏହି ପ୍ରସଙ୍ଗରେ ନିନ୍ଦନୀୟ ମନ୍ତବ୍ୟ ଦେଇଛନ୍ତି। ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କଠାରୁ କ୍ଷମା ମାଗିବାକୁ କଂଗ୍ରେସ ଦାବି କରିଛି। ବିରୋଧୀ ଦଳ କହିଛି ଯେ, ପ୍ରଧାନମନ୍ତ୍ରୀ ଏବଂ ଭାଜପା ନେତୃତ୍ୱଙ୍କ ନୀରବତାକୁ ଏହି ବକ୍ତବ୍ୟଗୁଡ଼ିକର ନୀରବ ଅନୁମୋଦନ ଭାବରେ ଦେଖାଯିବା ଉଚିତ୍‌। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ୍‌ଗେ ଦାବି କରିଛନ୍ତି ଯେ, ପହଲଗାମ ପୀଡ଼ିତ ଏବଂ ସଶସ୍ତ୍ର ବାହିନୀଙ୍କୁ ବଦନାମ କରିବା ପାଇଁ ଭାଜପା ନେତାମାନେ ପରସ୍ପର ସହିତ ପ୍ରତିଯୋଗିତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri