ଟ୍ରମ୍ପଙ୍କୁ ବିଶ୍ୱାସ କଲେ ମୋଦି, ପାକିସ୍ତାନକୁ ନେଇ କହିଲେ ଏମିତି…

ନୂଆଦିଲ୍ଲୀ,୧୬ା୩: ପ୍ରସିଦ୍ଧ ପୋଡକାଷ୍ଟର ଏବଂ ଏଆଇ ଗବେଷକ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରିଛନ୍ତି। ସେ ଚାଇନା-ଭାରତ ସମ୍ପର୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ବନ୍ଧୁତା ବିଷୟରେ ମଧ୍ୟ ଅନେକ କଥା କହିଛନ୍ତି।

ଭାରତ-ପାକିସ୍ତାନ ସମ୍ପର୍କ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ କୌଣସି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୁଏ, ଏହାର ଲିଙ୍କ ପାକିସ୍ତାନ ସହିତ ଜଡ଼ିତ ହୋଇଥାଏ। ଆଶା କରୁଛି ପାକିସ୍ତାନର ବୁଦ୍ଧି ଉଦୟ ହେବ। ଭାରତ ଶାନ୍ତି ପାଇଁ ପ୍ରତିବଦ୍ଧ। ଓସାମା ବିନ ଲାଡେନ ପାକିସ୍ତାନରେ ଆଶ୍ରୟ ନେଇଥିଲେ। ଆତଙ୍କବାଦ ପାକିସ୍ତାନର ମୂଳରେ ଅଛି। ପାକିସ୍ତାନ ଭାରତ ସହିତ ସଂଘର୍ଷର ପଥ ବାଛିଛି।

ଟ୍ରମ୍ପଙ୍କ ପାଖରେ ନିଜର ନିଷ୍ପତ୍ତି ନେବାର କ୍ଷମତା ଅଛି:
ଏହି ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ କହିଥିଲେ। ସେ କହିଥିଲେ, ଟ୍ରମ୍ପଙ୍କ ସହ ତାଙ୍କର ବନ୍ଧୁତା କିପରି ଗଭୀର ହୋଇଥିଲା। ପ୍ରଧାନମନ୍ତ୍ରୀ ତାଙ୍କ ୨୦୧୯ ଆମେରିକା ଗସ୍ତକୁ ମନେ ପକାଇ କହିଥିଲେ, ଏକ କାର୍ଯ୍ୟକ୍ରମରେ ମୁଁ ଯେତେବେଳେ କହୁଥିଲି, ଟ୍ରମ୍ପ ମୋ’ କଥା ଶୁଣୁଥିଲେ। ଭାଷଣ ଶେଷ କରିବା ପରେ, ଯେତେବେଳେ ମୁଁ ତାଙ୍କ ପାଖକୁ ଯାଇ କହିଲି ଯେ, ଆମେ ଏକାଠି ଷ୍ଟାଡିୟମ ବୁଲିବା ଉଚିତ, ସେ ତୁରନ୍ତ ରାଜି ହୋଇଗଲେ ଏବଂ ମୋ ସହିତ ଚାଲିବାକୁ ଲାଗିଲେ। ଏହା କରିବା ସହଜ ନ ଥିଲା କାରଣ ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା ସମ୍ପର୍କରେ ଅନେକ ପ୍ରୋଟୋକଲ ଅଛି। ଏହି ସମୟରେ ମୁଁ ବୁଝିପାରିଲି ଯେ, ଟ୍ରମ୍ପ ନିଜେ ନିଷ୍ପତ୍ତି ନେବାର କ୍ଷମତା ରଖିଛନ୍ତି। ମୁଁ  ଭାରତର ଜଣେ ପ୍ରଥମ ବ୍ୟକ୍ତି, ସେ  ଆମେରିକାର ଜଣେ ପ୍ରଥମ ବ୍ୟକ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କ ନୂଆ ନୁହେଁ। ଉଭୟ ପ୍ରାଚୀନ ସଂସ୍କୃତି। ଆଧୁନିକ ବିଶ୍ୱରେ ମଧ୍ୟ ଆମର ଭୂମିକା ଅଛି। ଯଦି ଆମେ ଇତିହାସ ଉପରେ ନଜର ପକାଇବା, ତେବେ ଭାରତ ଏବଂ ଚାଇନା ଶତାବ୍ଦୀ ଧରି ପରସ୍ପରଠାରୁ ଶିକ୍ଷା ଲାଭ କରିଆସୁଛନ୍ତି। ପୁରୁଣା ରେକର୍ଡ କହୁଛି ଯେ, ବିଶ୍ୱର GDPର ୫୦ ପ୍ରତିଶତରୁ ଅଧିକ କେବଳ ଭାରତ ଏବଂ ଚାଇନାର ଥିଲା।”

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଉଭୟ ଦେଶ ସର୍ବଦା ପରସ୍ପରଠାରୁ ଶିଖୁଥିଲେ। ଗୋଟିଏ ସମୟ ଥିଲା ଯେତେବେଳେ ବୁଦ୍ଧଙ୍କର ଚାଇନା ଉପରେ ବହୁତ ପ୍ରଭାବ ଥିଲା। ଏହି ଚିନ୍ତାଧାରା ଏଠାରୁ ସେଠାକୁ ଯାଇଥିଲା। ଆମେ ଚାହୁଁଛୁ ଯେ, ଭବିଷ୍ୟତରେ ମଧ୍ୟ ଆମର ସମ୍ପର୍କ ଏପରି ରହୁ। ଯେତେବେଳେ ଦୁଇଟି ପଡ଼ୋଶୀ ଦେଶ ଥାଏ, ସେତେବେଳେ କିଛି ପାର୍ଥକ୍ୟ ନିଶ୍ଚୟ ଥାଏ। ପରିବାରରେ ମଧ୍ୟ ଯୁକ୍ତିତର୍କ ହୋଇଥାଏ। ଆମେ ଚେଷ୍ଟା କରୁଛୁ ଯେ, ଆମ ମଧ୍ୟରେ ଚାଲିଥିବା ଯୁକ୍ତିତର୍କ ବିବାଦରେ ପରିଣତ ନ ହେଉ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଚାଇନା ସହିତ ଆମର ସୀମା ବିବାଦ ଜାରି ରହିଛି। ୨୦୨୦ରେ ସୀମାରେ ଘଟିଥିବା ଘଟଣା ଆମ ମଧ୍ୟରେ ଦୂରତା ବଢ଼ାଇଥିଲା। ମୁଁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଥିଲି। ସେବେଠାରୁ ସୀମାରେ ପରିସ୍ଥିତିରେ ଉନ୍ନତି ଆସିଛି। ୨୦୨୦ ତୁଳନାରେ ଏବେ ସୀମାରେ ବହୁତ ଉନ୍ନତି ହୋଇଛି। ଏବେ ଧୀରେ ଧୀରେ ସେହି ପୁରୁଣା ବିଶ୍ୱାସ ଫେରି ଆସିବ ଏବଂ ଏଥିପାଇଁ ସମୟ ଲାଗିବ କାରଣ ମଧ୍ୟରେ ୫ ବର୍ଷର ବ୍ୟବଧାନ ଥିଲା ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

ବଡ଼ ଭବିଷ୍ୟବାଣୀ କଲେ ଶାହା: ‘୨୦୨୬ରେ ପଶ୍ଚିମବଙ୍ଗରେ ବିପୁଳ ବହୁମତ ସହିତ ସରକାର ଗଢିବ ଭାଜପା’

ନୂଆଦିଲ୍ଲୀ,୩୦।୧୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଲକାତାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେସେ କହିଛନ୍ତି ଯେ ଏହି ଦିନଟି ସମସ୍ତ ଭାରତୀୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri