Posted inଜାତୀୟ

ସୁନା ପରେ ବେଙ୍ଗାଲୁରୁ ବିମାନବନ୍ଦରରୁ ଜବତ ହେଲା ଡ୍ରଗ୍ସ; ୨ ମହିଳା ଗିରଫ

ମାଙ୍ଗାଲୁରୁ,୧୬ା୩: ବେଙ୍ଗାଲୁରୁ ବିମାନବନ୍ଦରରୁ ୩୭ କିଲୋଗ୍ରାମ୍‌ ଡ୍ରଗ୍ସ ସହ ନାଇଜେରିଆର ୨ ମହିଳାଙ୍କୁ ଗିରଫ କରାଯାଇଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୭୫ କୋଟି ଟଙ୍କା ହେବ। କର୍ନାଟକରେ ଏହା ସର୍ବାଧିକ ଡ୍ରଗ୍ସ ଜବତ ବୋଲି ପୋଲିସ କହିଛି। ଗିରଫ ମହିଳା ହେଲେ ବାମ୍ବା ଫାଣ୍ଟା (୩୧) ଏବଂ ଅବିଗୈଲ ଆଡୋନିସ୍‌ (୩୦)। ସେମାନେ ଦିଲ୍ଲୀରୁ ଆସି ବେଙ୍ଗାଲୁରୁ ଏୟାରପୋର୍ଟରେ ପହଞ୍ଚତ୍ଥିବାବେଳେ ସେମାନଙ୍କ ଟ୍ରଲିବ୍ୟାଗ୍‌ରେ ଏମ୍‌ଡିଏମ୍‌ଏ (ମିଥାଇଲିନ୍‌ଡାୟୋକ୍ସିମିଥାମ୍‌ଫେଟାମାଇନ୍‌) ଥିଲା ବୋଲି ମାଙ୍ଗାଲୁରୁ ପୋଲିସ କମିଶନର ଅନୁପମ ଅଗ୍ରଓ୍ବାଲ ଗଣମାଧ୍ୟମକୁ କହିଛନ୍ତି।

ଏଥିସହ ୪ଟି ମୋବାଇଲ ଫୋନ୍‌, ପାସ୍‌ପୋର୍ଟ ଏବଂ ନଗଦ ୧୮,୦୦୦ ଟଙ୍କା ଜବତ କରାଯାଇଛି। ସେମାନେ ଦିଲ୍ଲୀରେ ରହିବା ସହ ଭାରତରେ ଏମ୍‌ଡିଏମ୍‌ଏ ଚୋରା ଚାଲାଣରେ ସମ୍ପୃକ୍ତ ଥିଲେ। ସେମାନେ ବିମାନ ଯୋଗେ ଡ୍ରଗ୍ସ ପରିବହନ କରୁଥିଲେ। ଏଥିପାଇଁ ଗତବର୍ଷ ଅଭିଯୁକ୍ତ ମହିଳା ୩୭ ଥର ମୁମ୍ବାଇ ଏବଂ ୨୨ ଥର ବେଙ୍ଗାଲୁରୁ ଯାଇଥିଲେ। ଫାଣ୍ଟା ୨୦୨୦ରେ ଏକ ବ୍ୟବସାୟିକ ଭିଜା ବଳରେ ଭାରତ ଆସିଥିବାବେଳେ ଆଡୋନିସ୍‌ ୨୦୧୬ରୁ ଏଠାରେ ରହିଆସୁଛନ୍ତି। ସେମାନେ ପ୍ରାୟ ୨ ବର୍ଷ ହେବ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ଅଗ୍ରଓ୍ବାଲ କହିଛନ୍ତି। ୬ ମାସ ପୂର୍ବରୁ ପୋଲିସ ମାଙ୍ଗାଲୁରୁରୁ ୧୫ ଗ୍ରାମ୍‌ ଏମ୍‌ଡିଏମ୍‌ଏ ସହ ହାଇଦର ଅଲି ନାମକ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ଏହି ବ୍ୟବସାୟର ମୂଳ ଖୋଜିବାରେ ଲାଗିଥିଲ। ଅଧିକ ତଦନ୍ତ ପରେ ତଦନ୍ତକାରୀ ଅଧିକାରୀ ପିଟର ନାମକ ଜଣେ ନାଇଜେରୀୟ ବ୍ୟକ୍ତିଙ୍କୁ ବେଙ୍ଗାଲୁରୁରୁ ୬ କେ.ଜି. ଏମ୍‌ଡିଏମ୍‌ଏ ସହ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ...

Pahalgam Terror Attack Update: ଘାଟିରୁ ଅଟକ ହେଲେଣି ୧୫ଶହରୁ ଅଧିକ

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସୁରକ୍ଷା ବାହିନୀ ଘାଟିରୁ ୧୫୦୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି।...

BJD: ରାଜ୍ୟ ସଭାରେ ଓ୍ବକଫ୍‌ ବିଲ୍‌ ଭୋଟିଂକୁ ନେଇ ଆଜି ସତ କହିଦେଲେ ସୁଲୋତା, ରାଜନୀତି ହଲଚଲ

ଭୁବନେଶ୍ୱର,୨୩।୪: ୱକଫ୍‌ ଭୋଟିଂକୁ ତାତି ଟିକିଏ କମିଥିବାବେଳେ ପୁଣି ବଡ଼ ବୟାନ ଦେଇଛନ୍ତି ବିଜେଡି ରାଜ୍ୟ ସଭା ଏମପି ସୁଲତା ଦେଓ। ଏପ୍ରିଲ ୪ରେ ରାଜ୍ୟ...

ଆମ କଳିକା କେନ୍ଦ୍ର ଉଦ୍‌ଘାଟିତ: ଶିଶୁମାନଙ୍କ ଲାଳନପାଳନରେ ହେବ ସହାୟକ

କେନ୍ଦୁଝର,୨୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକେ ଆମ କଳିକା କେନ୍ଦ୍ର (କ୍ରେଚ୍‌) କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି।...

ପହଲଗାମ ଆକ୍ରମଣ ଉପରେ ରବର୍ଟ ଭଦ୍ରାଙ୍କ ବିବାଦୀୟ ବୟାନ, କହିଲେ-”ମୁସଲମାନମାନଙ୍କୁ ଦମନ କରାଯାଉଛି…”

ନୂଆଦିଲ୍ଲୀ, ୨୩ା୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ମର୍ମନ୍ତୁଦ ଆତଙ୍କବାଦୀ ଆକ୍ରମଣକୁ ନେଇ ରବର୍ଟ ଭଦ୍ରାଙ୍କ ଏକ ବୟାନ ବିବାଦ ସୃଷ୍ଟି କରିଛି। ମଙ୍ଗଳବାର...

Gold: ସୁନାଦର ଖସିବା ଭିତରେ ଆସିଲା ବଡ଼ ଖବର: ଅକ୍ଷୟ ତୃତୀୟାରେ ଏତେ ଶସ୍ତାରେ ମିଳିବ ସୁନା! ମେକିଂଚାର୍ଜ ପାଇଁ…

ନୂଆଦିଲ୍ଲୀ,୨୩।୫: ଅକ୍ଷୟ ତୃତୀୟା ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ଦିନ ସୁନା କିଣିବା ବହୁତ ଶୁଭ ବୋଲି ବିବେଚନା କରାଯାଏ।...

ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, କହିଲେ ପୂର୍ବ ସୂଚନାଗୁଡ଼ିକ…

ଭୁବନେଶ୍ୱର,୨୩ା୪:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ’ର ଉନ୍ମୋଚନ କରିଛନ୍ତି। ଏହା ଦ୍ୱାରା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପଗୁଡିକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri