ପ୍ୟାରିସ୍,୧୭।୬: ଫ୍ରାନ୍ସର ଇଭିଆନଠାରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ସ୍ବଳ୍ପ ବୈଠକ କରିଥିଲେ। ପ୍ରାୟ ଦେଢ ବର୍ଷ ମଧ୍ୟରେ ଏହି ଦୁଇ ନେତାଙ୍କ ପ୍ରଥମ ମୁହାଁମୁହିଁ ବୈଠକ ଥିଲା। ମୋଦି ଏବଂ ଟ୍ରମ୍ପ ହ୍ୟାଣ୍ଡସେକ୍ କରୁଥିବା ନଜର ଆସିଥିଲେ ଏବଂ ଏହା ପରେ ସେମାନେ ମଧ୍ୟ କିଛି ସମୟ କଥା ହୋଇଥିଲେ। ଏହି ସମୟରେ ଉଭୟ ନେତା ପରସ୍ପର ସହ ଅସହଜ ମନେ ହେଉଥିଲେ।
୧- ଫଟୋସୁଟ ସମୟରେ ଉଭୟ ପିଏମ ମୋଦି ଏବଂ ଟ୍ରମ୍ପ ପରସ୍ପରକୁ ଅଣଦେଖା କରିବାକୁ ଚେଷ୍ଟା କରିଥିଲେ। ଅପରେଶନ ସିନ୍ଦୁର ପରେ ତିକ୍ତତା ଦୃଶ୍ୟମାନ ହେଉଥିଲା।
୨- ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାରମର୍ ଟ୍ରମ୍ପଙ୍କୁ ଅତିକ୍ରମ କରି ମୋଦିଙ୍କୁ ଭେଟି ଉଭୟଙ୍କୁ ଆଲିଙ୍ଗନ କଲାବେଳେ G7 ଶିଖର ସମ୍ମିଳନୀର ସମସ୍ତ ନେତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
୩- ପ୍ରଧାନମନ୍ତ୍ରୀ ମୋଦି ଫଟୋଶୁଟ ପରେ ହଲକୁ ଯିବାବେଳେ ଶେଷରେ ଟ୍ରମ୍ପଙ୍କ ସହ ହାତ ମିଳାଇଥିଲେ। ହାତ ହଲାଇବା ପାଇଁ ମୋଦି ଆଗକୁ ବଢିଥିଲେ କାରଣ ମୋଦିଙ୍କ ଆସନ ଟ୍ରମ୍ପଙ୍କ ପାଖରେ ଥିଲା ଏବଂ ଟ୍ରମ୍ପ ପ୍ରଥମେ ତାଙ୍କ ଆସନ ନେଇଥିଲେ। ମୋଦି ପଛରୁ ଆସିଥିଲେ ମଧ୍ୟ ଆଲିଙ୍ଗନ କରି ନ ଥିଲେ।
୪- ଶିଖର ସମ୍ମିଳନୀ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଟ୍ରମ୍ପ କିଛି ମିନିଟ ପାଇଁ କଥା ହୋଇଥିଲେ। ବୈଠକ ପରେ ସୂଚନା ମିଳିଥିଲା ଯେ, ପ୍ରଧାନମନ୍ତ୍ରୀ ମୋଦି ଓମାନ ଉପସାଗରରେ ଥିବା ଏକ ଜାହାଜ ଉପରେ ଆକ୍ରମଣ ତଥା ନାବିକମାନଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇଛନ୍ତି।