Categories: ଜାତୀୟ

ମୋଦି ଉପନାମ ମାମଲା: ସୁରଟ ସେସନ୍ସ କୋର୍ଟରେ ରାହୁଲଙ୍କ ଆବେଦନ ଖାରଜ…

ସୁରଟ,୨୦।୪ : ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁରଟ ସେସନ୍ସ କୋର୍ଟରୁ ବଡ଼ ଝଟକା ପାଇଛନ୍ତି। ରାହୁଲଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ରାହୁଲ ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ଦାବି କରିଥିଲେ। ସୁରଟର ା ସେସନ୍ସ କୋର୍ଟ ରାହୁଲଙ୍କୁ ତାଙ୍କର ମୋଦି ଉପନାମ ମନ୍ତବ୍ୟ ପାଇଁ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି କାରଣରୁ ରାହୁଲ ଗାନ୍ଧୀ ସଂସଦର ସଦସ୍ୟତା ହରାଇଛନ୍ତି। ବର୍ତ୍ତମାନ ସେସନ୍ସ କୋର୍ଟରୁ ମଧ୍ୟ ରାହୁଲ ନିରାଶ ହୋଇଛନ୍ତି। ରାହୁଲ ବର୍ତ୍ତମାନ ଏନେଇ ହାଇକୋର୍ଟ ଦ୍ୱାରସ୍ଥ ହେବାକୁ ଯୋଜନା କରିଛନ୍ତି।

କୋର୍ଟ ପରାମର୍ଶ ଦେଇଛନ୍ତି, କିଛି କହିବା ପୂର୍ବରୁ ଚିନ୍ତା କରିବାର ଆବଶ୍ୟକତା ଥିଲା। ନିଜ ପଦ ମର୍ଯ୍ୟାଦାର ଗାରିମା ପ୍ରତି ସଚେତନା ହୋଇଥିଲେ ଭଲ ହୋଇଥାନ୍ତା ବୋଲି କୋର୍ଟ କହିଛନ୍ତି।

Share