ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଆଗରେ ବର୍ଷିଲେ ମୋଦି: କହିଲେ, ବନ୍ଦ କର ନଚେତ୍‌…

ନୂଆଦିଲ୍ଲୀ,୧।୯: ସାଂଘାଇ ସହଯୋଗ ସଂଗଠନ (SCO)ର ୨୬ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ପ୍ରସଙ୍ଗରେ ଏକ ଦୃଢ଼ ମତ ଗ୍ରହଣ କରି କହିଛନ୍ତି। କେବଳ ଘଟଣାଗୁଡ଼ିକର ପ୍ରତିକ୍ରିୟା କରିବାର ନୀତି ଏହାର ମୁକାବିଲା ପାଇଁ ଯଥେଷ୍ଟ ନୁହେଁ। ସେ ଆତଙ୍କବାଦ ପାଣ୍ଠି, ନିଯୁକ୍ତି, ମୌଳବାଦୀକରଣ ଏବଂ ଆତଙ୍କବାଦୀଙ୍କ ପାଇଁ ନିରାପଦ ଆଶ୍ରୟସ୍ଥଳ ଯୋଗାଇ ଦେଉଥିବା ସମଗ୍ର ଇକୋସିଷ୍ଟମକୁ ଭାଙ୍ଗିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଶେହବାଜ ଶରିଫଙ୍କ ଉପସ୍ଥିତିରେ ପାକିସ୍ତାନର ନାମ ନ ନେଇ ମୋଦି ଦୃଢ଼ ଭାବରେ କହିଥିଲେ,ଯେଉଁ ଦେଶମାନେ ଆତଙ୍କବାଦକୁ ରାଷ୍ଟ୍ର ନୀତିର ଏକ ଉପକରଣ ଭାବରେ ବ୍ୟବହାର କରୁଛନ୍ତି କିମ୍ବା ଆତଙ୍କବାଦୀଙ୍କୁ ସମର୍ଥନ ଏବଂ ଆଶ୍ରୟ ଦେଉଛନ୍ତି, ସେମାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେବାକୁ ପଡିବ। ଆତଙ୍କବାଦ କୌଣସି ଦେଶ ପାଇଁ ଏକ ରଣନୈତିକ ସମ୍ପତ୍ତି ହୋଇପାରିବ ନାହିଁ।
SCO ପ୍ଲାଟଫର୍ମରୁ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆତଙ୍କବାଦ ବିରୋଧରେ ଏକତ୍ରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ବାନ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଆତଙ୍କବାଦ ମାନବତା ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ ହୋଇ ରହିଛି ଏବଂ ଏହା ବିରୋଧରେ ଲଢ଼େଇ କେବଳ ‘କାର୍ଯ୍ୟ-ପ୍ରତିକ୍ରିୟା’ ଚକ୍ରରେ ସୀମିତ ହୋଇପାରିବ ନାହିଁ। ଆତଙ୍କବାଦ ପାଣ୍ଠି, ନିଯୁକ୍ତି, ମୌଳବାଦୀକରଣ ଏବଂ ନିରାପଦ ଆଶ୍ରୟସ୍ଥଳକୁ ନେଇ ସମଗ୍ର ଇକୋସିଷ୍ଟମକୁ ଦୂର କରିବା ଜରୁରୀ। ଏହି ଗମ୍ଭୀର ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ, ସମସ୍ତ ରାଷ୍ଟ୍ର ଏକ ସ୍ବରରେ କହିବାକୁ ପଡିବ ଯେ ଆତଙ୍କବାଦ ସମ୍ପର୍କରେ ଦ୍ୱୈତ ମାନଦଣ୍ଡ ଗ୍ରହଣୀୟ ନୁହେଁ। ସେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା କିମ୍ବା ଏହାକୁ ସେମାନଙ୍କର ରଣନୈତିକ ଢାଞ୍ଚାରେ ଅନ୍ତର୍ଭୁକ୍ତ କରୁଥିବା ଦେଶଗୁଡ଼ିକୁ ଏକ ଦୃଢ଼

 

Dharitri – Odisha’s No.1 Odia Daily

 

Share