Categories: ଜାତୀୟ

ମହାନତା ଦେଖାଇଲେ ମୋଦି

ଶିମ୍‌ଲା,୯।୧୧: ହିମାଚଳ ପ୍ରଦେଶ କାଙ୍ଗରା ଜିଲାର ଚମ୍ବିରେ ଏକ ନିର୍ବାଚନ ରାଲିରେ ଯିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନତା ଦେଖାଇଛନ୍ତି। ନିଜ କନଭେନକୁ ଅଟକାଇ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଯିବାକୁ ପ୍ରାଧାନ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ରୋଗୀର ଜୀବନ ବିପଦରେ ନ ପଡ଼ିବା ପାଇଁ ଏପରି ନିଷ୍ପତ୍ତି ନେଇଥିଲେ। ସେ ଧ୍ୟାନ ଦେଇଥିଲେ ଯେ, ରୋଗୀ ଡାକ୍ତରଖାନାରେ ପହଞ୍ଚିବା ଅତ୍ୟନ୍ତ ଜରୁରୀ। ତେଣୁ ସେ କନଭେନକୁ ଅଟକାଇବାକୁ ନିର୍ଦ୍ଦେଶ ଦେଇ ଆମ୍ବୁଲାନ୍ସକୁ ଯିବାକୁ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲି ଯୋଗୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କନଭେନ ଦେଇ ଯାଇଥିବା ରାସ୍ତାରେ ଟ୍ରାଫିକକୁ ବିଭକ୍ତ କରି ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ।

Share