Categories: ଜାତୀୟ

୨୦୨୪ ନିର୍ବାଚନକୁ ନେଇ ଭବିଷ୍ୟବାଣୀ କଲେ ମୋଦିଙ୍କ ପୂଜାରୀ

ନୂଆଦିଲ୍ଲୀ,୨୬।୫: ମଦୁରାଇ ଉଧିନମର ୨୯୩ତମ ପ୍ରଧାନ ପୂଜାରୀଙ୍କ ପକ୍ଷରୁ ୨୮ ମେ’ରେ ନୂଆ ସଂସଦ ଭବନର ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜଦଣ୍ଡ‘ସେଂଗୋଲ’ ଭେଟି ଦିଆଯିବ। ମଦୁରାଇ ଅଧିନମର ପ୍ରଧାନ ପୂଜାରୀ ଶ୍ରୀ ହରିହର ଦେସିକା ସ୍ବାମୀଗଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱ ସ୍ତରରେ ଖୁବ ସମ୍ମାନ ମିଳିଛି, ଯାହାକୁ ନେଇ ଦେଶବାସୀ ଗର୍ବ କରୁଛନ୍ତି। ସେ କହିଛନ୍ତି ୨୦୨୪ରେ ବି ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଫେରିବା ଦରକାର।

ସ୍ବାମୀଗଲ ଏଏନଆଇକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଜଣେ ନେତା ଯିଏ ବିଶ୍ୱସ୍ତରୀୟ ପ୍ରଶଂସା ପାଇଛନ୍ତି। ସେ ଲୋକଙ୍କ ପାଇଁ ଭଲ କାମ କରୁଛନ୍ତି। ତାଙ୍କୁ ୨୦୨୪ରେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାକୁ ପଡିବ ଏବଂ ଲୋକଙ୍କୁ ମାର୍ଗଦର୍ଶନ ଦେଖାଇବାକୁ ପଡିବ। ଆମେ ସମସ୍ତେ ଗର୍ବିତ। କାରଣ ବିଶ୍ୱ ନେତାମାନେ ଆମର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରୁଛନ୍ତି।

Share