Categories: ଜାତୀୟ

କେନ୍ଦ୍ରରେ ଚାଲିଛି ମୋଦି-ଶାହାଙ୍କ ୨ ଜଣିଆ ସରକାର: ରଣଦୀପ୍‌ ସୁରଜେଓ୍ବାଲା

ନୂଆଦିଲ୍ଲୀ, ୨୫।୬: ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ୪୫ ବର୍ଷ ପୂରଣ ଅବସରରେ କଂଗ୍ରେସକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଟାର୍ଗେଟ କରିଥିଲେ। କଂଗ୍ରେସ କ୍ଷମତା ହାସଲ ଲାଗି ଏଭଳି କରିଥିବା ଶାହା ଟୁଇଟ୍‌ କରିଥିଲେ। ଏହାର ଜବାବରେ କଂଗ୍ରେସ ପକ୍ଷରୁ ପ୍ରବକ୍ତା ରଣଦୀପ୍‌ ସୁରଜେଓ୍ବାଲା ଟୁଇଟ୍‌ କରି କହିଛନ୍ତି ଯେ, କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶାହାଙ୍କ ୨ ଜଣିଆ ସରକାର ଚାଲିଛି। ଭାଜପା ସବୁବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ନକାରାତ୍ମକ ମନ୍ତବ୍ୟ ଦେବାରେ ଲାଗିଛି। ଏହାର ମୁଖ୍ୟ କାରଣ କ’ଣ ବୋଲି ସୁରଜେଓ୍ବାଲା ପ୍ରଶ୍ନ କରିଛନ୍ତି। ମୋଦି ନିଜ ରାଜନୈତିକ ଗୁରୁ ଏବଂ ସାଥିଙ୍କୁ ଜାଣିଶୁଣି ବାଟରୁ ହଟାଇ ଦେଇ କ୍ଷମତା ଦଖଲ କରିଛନ୍ତି। ମୋଦିଙ୍କ ବାଟରୁ ହଟିଥିବା ଲୋକଙ୍କ ତାଲିକା ବହୁ ଲମ୍ବା ବୋଲି ସେ କହିଛନ୍ତି।

Share