Categories: ଜାତୀୟ

ଗର୍ଜିଲେ ମୋଦି, କେସିଆରଙ୍କୁ କହିଲେ ଫାର୍ମ ହାଉସ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୭।୧୧: ଏକ ନୂତନ ସରକାର ବାଛିବା ପାଇଁ ନଭେମ୍ବର ୩୦ରେ ଦେଶର ଦକ୍ଷିଣ ରାଜ୍ୟ ତେଲଙ୍ଗାନାରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟର ୪୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ ଏବଂ ରାଜନୈତିକ ଦଳମାନେ ମଧ୍ୟ ନିଜର ବିଜୟ ଦାବି କରି ସାରିଛନ୍ତି। ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟ ଚାଲିଛି, ତେଣୁ ସମସ୍ତେ କଠିନ ପରିଶ୍ରମ କରୁଥିବା ଦେଖାଯାଉଛି। ଏହି କ୍ରମରେ ଭାଜପାର ଫାୟାର ବ୍ରାଣ୍ଡ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗୁଥିବାର ନଜର ଆସିଛି। ସୋମବାର ପ୍ରଧାନମନ୍ତ୍ରୀ ମୋଦି ତେଲଙ୍ଗାନାର ହାଇଦ୍ରାବାଦରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କେବଳ ଶାସକ ଦଳ ଉପରେ ସିଧାସଳଖ ଆକ୍ରମଣ କରିନାହାଁନ୍ତି ବରଂ ମୁଖ୍ୟମନ୍ତ୍ରୀ କେ.ସି.ଆର.ଙ୍କୁ ବି ଟାର୍ଗେଟ କରିଛନ୍ତି।

ତାଙ୍କ ସମ୍ବୋଧନରେ ମୋଦି ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଟାର୍ଗେଟ କରି ଖୁବ ବର୍ଷିଛନ୍ତି। ଏପରିକି ସେ ତାଙ୍କୁ ଫାର୍ମ ହାଉସ ସିଏମ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତେଲଙ୍ଗାନାକୁ ବିଆରଏସ କବଳରୁ ମୁକ୍ତ କରିବା ଭାରତୀୟ ଜନତା ପାର୍ଟି ଏହାର କାମ ବୋଲି ବିବେଚନା କରୁଛି। ଭାଜପା ଯାହା ପ୍ରତିଶ୍ରୁତି ଦେଇଥାଏ, ତାହା ନିଶ୍ଚିତ ଭାବେ ପୂରଣ କରେ। ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁଠାରେ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଶେଷ ହୁଏ, ସେଠାରେ ମୋଦିଙ୍କ ଗ୍ୟାରେଣ୍ଟି ଆରମ୍ଭ ହୁଏ।

Share