Categories: ଜାତୀୟ

ଦିଦି କେଉଁ କଥାରେ ରାଗନ୍ତି; ବ୍ୟାଖ୍ୟା କଲେ ପ୍ରଧାନମନ୍ତ୍ରୀ

କୋଲକତା,୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପଶ୍ଚିମବଙ୍ଗର ହଳଦିଆରେ ପହଞ୍ଚିଛନ୍ତି। ସେ ଭାରତ ପେଟ୍ରୋଲିୟମ ନିଗମ ଏବଂ ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପ ବିଭାଗ ଦ୍ୱାରା ନିର୍ମିତ ଏଲପିଜି ଆମଦାନୀ ଟର୍ମିନାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହା ପରେ ସେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଥିଲେ। ସେ କହିଛନ୍ତି ଯେ, ମମତା ବାନାର୍ଜୀ ‘ଭାରତ ମାତା କି ଜୟ’ ଶୁଣିବାକୁ ପସନ୍ଦ କରନ୍ତି ନାହିଁ। ଏହି ସ୍ଲୋଗାନ ଶୁଣିଲେ ସେ ବହୁତ ରାଗି ଯାଆନ୍ତି। ଯଦି ଆପଣ ଦିଦିଙ୍କୁ ନିଜ ଅଧିକାର ବିଷୟରେ ପଚାରନ୍ତି, ତେବେ ସେ ରାଗି ଯାଆନ୍ତି। କିନ୍ତୁ ଦେଶ ବିରୋଧରେ ଯେତେ ବିଷ ବିସ୍ତାର ହେଉନା କାହିଁକି ଦିଦି କେବେ ରାଗନ୍ତି ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପଶ୍ଚିମବଙ୍ଗରେ ଅରାଜକତା ଚାଲିଛି, ହିଂସା ଏବଂ ଭ୍ରଷ୍ଟାଚାର ବ୍ୟାପିଛି ବୋଲି ସେ କହିଛନ୍ତି।

Share