ଜୁନ୍‌ ୨୪ରେ ମୋଦି-ପୁଟିନ୍‌-ଜିନ୍‌ପିଙ୍ଗ ଭେଟ…

ନୂଆଦିଲ୍ଲୀ/ମସ୍କୋ/ବେଜିଂ, ୨୮।୫ : ୟୁକ୍ରେନ ଯୁଦ୍ଧ ଏବଂ ଲଦାଖ ସୀମାରେ ଚାଇନା ପକ୍ଷରୁ ଉତ୍ତେଜନା ସୃଷ୍ଟି ଜାରି ରହିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଚାଇନା ଏବଂ ରୁଷିଆର ରାଷ୍ଟ୍ରପତିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ବ୍ରିକ୍ସ ଶିଖର ସମ୍ମିଳନୀରେ ମୋଦିଙ୍କ ସହିତ ଭ୍ଲାଡ଼ିମିର ପୁଟିନ୍‌ ଏବଂ ଶି ଜିନ୍‌ପିଙ୍ଗଙ୍କ ସାକ୍ଷାତ୍‌ ହେବ।

ବ୍ରିକ୍ସ ସମ୍ମିଳନୀରେ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା ଯୋଗଦେବେ। ଯଦିଓ ଏହି ସମ୍ମିଳନୀ ଭର୍ଚୁଆଲ ହେବ, ତଥାପି ସମଗ୍ର ବିଶ୍ୱର ଆଖି ଏହା ଉପରେ ରହିଛି। ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ପରେ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ପ୍ରଥମ ଥର ପାଇଁ ବ୍ରିକ୍ସ ବୈଠକରେ ଯୋଗଦେବାକୁ ଯାଉଛନ୍ତି। ଟାଇମ୍ସ ଅଫ ଇଣ୍ଡିଆ ସୂତ୍ରରୁ ପ୍ରକାଶ ଯେ ଏହି ବ୍ରିକ୍ସ ସମ୍ମିଳନୀ ଜୁନ ୨୪ରେ ଅନୁଷ୍ଠିତ ହେବ।

ଏହାପୂର୍ବରୁ ମେ ୧୯ ରେ ବ୍ରିକ୍ସର ବୈଦେଶିକ ମନ୍ତ୍ରୀମାନଙ୍କର ଏକ ବୈଠକ ହୋଇଥିଲା। ଚାଇନାର ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ତାଙ୍କ ଅଭିଭାଷଣରେ ଅନ୍ୟମାନଙ୍କ ଉପରେ ପ୍ରାଧାନ୍ୟ ଦେଖାଇବାକୁ ଏବଂ ଶକ୍ତି ରାଜନୀତିକୁ ବିରୋଧ କରୁଥିବାବେଳେ ପରସ୍ପରର ସାର୍ବଭୌମତ୍ୱ, ସୁରକ୍ଷା ଏବଂ ଚିନ୍ତାଧାରାର ଯତ୍ନ ନେବାକୁ ନିବେଦନ କରିଥିଲେ। ଜିନ୍‌ପିଙ୍ଗ ଆମେରିକା ଏବଂ ୟୁରୋପକୁ ସୂଚିତ କରି କହିଥିଲେ ଯେ ସେ ଅନ୍ୟମାନଙ୍କ ସୁରକ୍ଷା ମୂଲ୍ୟରେ ନିଜର ସୁରକ୍ଷା ନିଶ୍ଚିତ କରିବାକୁ ଚାହୁଁଛନ୍ତି, ଯାହା ନୂତନ ସଙ୍କଟ ଏବଂ ଉତ୍ତେଜନା ସୃଷ୍ଟି କରିପାରେ। ବର୍ତ୍ତମାନ ବ୍ରିକ୍ସ ଶିଖର ସମ୍ମିଳନୀରେ ସେ ବିଶ୍ୱସ୍ତରୀୟ ସୁରକ୍ଷା ଉପରେ ତାଙ୍କର ନୂତନ ପଦକ୍ଷେପ ’ସାଧାରଣ ସୁରକ୍ଷା’ ପାଇଁ ସମର୍ଥନ ହାସଲ କରିବାକୁ ପଦକ୍ଷେପ ନେଇପାରିବ।
ବ୍ରିକ୍ସର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପରେ ଜାରି ହୋଇଥିବା ମିଳିତ ବିବୃତ୍ତିରେ ୟୁକ୍ରେନରେ ସୃଷ୍ଟି ହୋଇଥିବା ମାନବିକ ସଙ୍କଟ ଦର୍ଶାଇରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈ ଠକରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ, ଜୟଶଙ୍କର ଲଦାଖ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ ସାର୍ବଭୌମତ୍ୱ, ଆଞ୍ଚଳିକ ଅଖଣ୍ଡତା ଏବଂ ଅନ୍ତର୍ଜାତୀୟ ଆଇନ ପ୍ରତି ସମ୍ମାନ ବିଷୟରେ ବ୍ରିକ୍ସ ଆଲୋଚନା ଜାରି ରଖିଛି, କିନ୍ତୁ ସଦସ୍ୟ ଦେଶମାନେ ମଧ୍ୟ ସେମାନଙ୍କ ପ୍ରତିଶ୍ରୁତି ପାଳନ କରିବା ଉଚିତ।

ବ୍ରିକ୍ସର ଏହି ଶିଖର ସମ୍ମିଳନୀ ପରେ ୨୬ ରୁ ୨୮ ଜୁନ ମଧ୍ୟରେ ଜର୍ମାନୀରେ ଜି-୭ ଦେଶମାନଙ୍କର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶେଷ ଭାବେ ଆମନ୍ତ୍ରିତ କରାଯାଇଛି। ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ପାଇଁ ରୁଷିଆକୁ ଏକ ଘରିକିଆ କରିବା ଲାଗି ଆଲୋଚନା କରାଯିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ଶୌଚ ହେବାକୁ ଯାଇଥିଲେ ମଥୁରୀ: ୪ ଦିନ ପରେ ଘଟିଲା…

ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri