ନୂଆଦିଲ୍ଲୀ,୨୬ା୧: ଆଜି ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ଏହି ବିଶେଷ ଅବସରକୁ ପାଳନ କରିବା ପାଇଁ ଦିଲ୍ଲୀର କର୍ତ୍ତବ୍ୟ ପଥ ଉପରେ ପରେଡ ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, ମୋର ସମସ୍ତ ନାଗରିକଙ୍କୁ ସର୍ବୋତ୍ତମ ସାଧାରଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ଭାରତର ଗର୍ବ, ସମ୍ମାନ ଏବଂ ଗୌରବର ପ୍ରତୀକ ଏହି ମହାନ ଜାତୀୟ ପର୍ବ ଆପଣଙ୍କ ଜୀବନରେ ନୂତନ ଶକ୍ତି ଏବଂ ଉତ୍ସାହ ସଞ୍ଚାର କରୁ। ଏକ ବିକଶିତ ଭାରତ ପାଇଁ ଆପଣଙ୍କ ସଂକଳ୍ପ ଆହୁରି ଦୃଢ଼ ହେଉ। ଏହା ମୋର ହୃଦୟର କାମନା।
सभी देशवासियों को गणतंत्र दिवस की बहुत-बहुत बधाई। भारत की आन-बान और शान का प्रतीक यह राष्ट्रीय महापर्व आप सभी के जीवन में नई ऊर्जा और नए उत्साह का संचार करे। विकसित भारत का संकल्प और अधिक सुदृढ़ हो, यही कामना है।
— Narendra Modi (@narendramodi) January 26, 2026

