Categories: ଜାତୀୟ

ମୋଦି ସବୁଠୁ ଲୋକପ୍ରିୟ ବିଶ୍ୱନେତା

ନୂଆଦିଲ୍ଲୀ,୧୬ା୯: ଜି୨୦ ସମିଟ୍‌ର ସଫଳ ଆୟୋଜନ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସବୁଠୁ ଲୋକପ୍ରିୟ ବିଶ୍ୱନେତାର ପରିଚୟ ହାସଲ କରିଛନ୍ତି। ତାଙ୍କ ପ୍ରତି ସର୍ବାଧିକ ୭୬ ପ୍ରତିଶତ ସ୍ବୀକୃତି ରେଟିଂ ରହିଥିବା ଗ୍ଲୋବାଲ ଲିଡର ଆପ୍ରୁଭାଲ୍‌ ସର୍ଭେରେ କୁହାଯାଇଛି। ମର୍ନିଂ କନ୍‌ସଲ୍ଟ ପ୍ରକାଶ କରିଥିବା ଉକ୍ତ ସର୍ବେକ୍ଷଣ ଅନୁଯାୟୀ ଲୋକପ୍ରିୟ ନେତା ତାଲିକାର ଦ୍ୱିତୀୟ ସ୍ଥାନରେ ସୁଇଜରଲାଣ୍ଡ ରାଷ୍ଟ୍ରପତି ଆଲାଇନ୍‌ ବେର୍‌ସେଟ୍‌ ରହିଛନ୍ତି। ତାଙ୍କ ପ୍ରତି ଅନୁମୋଦନ ରେଟିଂ ମୋଦିଙ୍କଠାରୁ ୧୨ ପ୍ରତିଶତ କମ୍‌ ରହିଛି। ଆପ୍ରୁଭାଲ ରେଟିଂରେ ୪୦% ସହ ଆମେରିକା ରାଷ୍ଟ୍ରପତି ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି। ସେପ୍ଟେମ୍ବର ୬ରୁ ୧୨ ତାରିଖ ମଧ୍ୟରେ ଏହି ତଥ୍ୟ ସଂଗ୍ରହ କରାଯାଇଥିଲା। ମୋଦିଙ୍କ ପ୍ରତି ଅସ୍ବୀକୃତି ହାର ସର୍ବନିମ୍ନ ୧୮ ପ୍ରତିଶତ ରହିଛି। ତାଲିକାର ଶୀର୍ଷ ୧୦ ନେତାଙ୍କ ମଧ୍ୟରେ କାନାଡ଼ାର ଜଷ୍ଟିନ୍‌ ଟ୍ରୁଡୁ ରହିଛନ୍ତି। ତାଙ୍କ ପ୍ରତି ୫୮ ପ୍ରତିଶତ ସ୍ବୀକୃତି ରହିଛି। ରାଜନୈତିକ ଗୋଇନ୍ଦା ଗବେଷଣା ସଂସ୍ଥା ୨୨ ଜଣ ବିଶ୍ୱ ନେତାଙ୍କ ଉପରେ ଏହି ସର୍ଭେ କରିଥିଲା। ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍‌ ସେଓକ୍‌-ୟୋଉଲ୍‌, ଚେକ୍‌ ରିପବ୍ଲିକ୍‌ ରାଷ୍ଟ୍ରପତି ପେଟ୍ର ପାଭେଲଙ୍କ ପ୍ରତି ସର୍ବନିମ୍ନ ସ୍ବୀକୃତି ରହିଛି।

Share