Posted inଜାତୀୟ

ମୋଦି ସବୁଠୁ ଲୋକପ୍ରିୟ ବିଶ୍ୱନେତା

ନୂଆଦିଲ୍ଲୀ,୧୬ା୯: ଜି୨୦ ସମିଟ୍‌ର ସଫଳ ଆୟୋଜନ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସବୁଠୁ ଲୋକପ୍ରିୟ ବିଶ୍ୱନେତାର ପରିଚୟ ହାସଲ କରିଛନ୍ତି। ତାଙ୍କ ପ୍ରତି ସର୍ବାଧିକ ୭୬ ପ୍ରତିଶତ ସ୍ବୀକୃତି ରେଟିଂ ରହିଥିବା ଗ୍ଲୋବାଲ ଲିଡର ଆପ୍ରୁଭାଲ୍‌ ସର୍ଭେରେ କୁହାଯାଇଛି। ମର୍ନିଂ କନ୍‌ସଲ୍ଟ ପ୍ରକାଶ କରିଥିବା ଉକ୍ତ ସର୍ବେକ୍ଷଣ ଅନୁଯାୟୀ ଲୋକପ୍ରିୟ ନେତା ତାଲିକାର ଦ୍ୱିତୀୟ ସ୍ଥାନରେ ସୁଇଜରଲାଣ୍ଡ ରାଷ୍ଟ୍ରପତି ଆଲାଇନ୍‌ ବେର୍‌ସେଟ୍‌ ରହିଛନ୍ତି। ତାଙ୍କ ପ୍ରତି ଅନୁମୋଦନ ରେଟିଂ ମୋଦିଙ୍କଠାରୁ ୧୨ ପ୍ରତିଶତ କମ୍‌ ରହିଛି। ଆପ୍ରୁଭାଲ ରେଟିଂରେ ୪୦% ସହ ଆମେରିକା ରାଷ୍ଟ୍ରପତି ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି। ସେପ୍ଟେମ୍ବର ୬ରୁ ୧୨ ତାରିଖ ମଧ୍ୟରେ ଏହି ତଥ୍ୟ ସଂଗ୍ରହ କରାଯାଇଥିଲା। ମୋଦିଙ୍କ ପ୍ରତି ଅସ୍ବୀକୃତି ହାର ସର୍ବନିମ୍ନ ୧୮ ପ୍ରତିଶତ ରହିଛି। ତାଲିକାର ଶୀର୍ଷ ୧୦ ନେତାଙ୍କ ମଧ୍ୟରେ କାନାଡ଼ାର ଜଷ୍ଟିନ୍‌ ଟ୍ରୁଡୁ ରହିଛନ୍ତି। ତାଙ୍କ ପ୍ରତି ୫୮ ପ୍ରତିଶତ ସ୍ବୀକୃତି ରହିଛି। ରାଜନୈତିକ ଗୋଇନ୍ଦା ଗବେଷଣା ସଂସ୍ଥା ୨୨ ଜଣ ବିଶ୍ୱ ନେତାଙ୍କ ଉପରେ ଏହି ସର୍ଭେ କରିଥିଲା। ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍‌ ସେଓକ୍‌-ୟୋଉଲ୍‌, ଚେକ୍‌ ରିପବ୍ଲିକ୍‌ ରାଷ୍ଟ୍ରପତି ପେଟ୍ର ପାଭେଲଙ୍କ ପ୍ରତି ସର୍ବନିମ୍ନ ସ୍ବୀକୃତି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ଯୁଦ୍ଧକୁ ଡେଇଁଲା ବ୍ରିଟେନ୍‌! କଲା ବଡ଼ ଘୋଷଣା, ଆମେରିକାକୁ…

ଲଣ୍ଡନ,୨୧।୩: ବ୍ରିଟିଶ ସରକାର ହର୍ମୁଜ ଷ୍ଟ୍ରେଟ୍‌ରେ ଆମେରିକା ଜାହାଜକୁ ଟାର୍ଗେଟ କରୁଥିବା ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶରେ ଅବସ୍ଥିତ ସାମରିକ ଘାଟି…

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି: ଆମେରିକାରୁ ଆସିଲା ବଡ଼ ଖବର

ଓ୍ବାଶିଂଟନ୍‌,୨୧।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରୁଥିବା ଖବର ସାମ୍ନାକୁ ଆସିଛି। ହଠାତ୍‌ ମତ…

ମା’ କନକ ଦୁର୍ଗାଙ୍କ ଚନ୍ଦ୍ରଘଣ୍ଟା ବେଶ: ଭକ୍ତଙ୍କ ଭିଡ଼

ଦେବଗଡ,୨୧।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ତୃତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶନିବାର ମା’ କନକ…

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ଖବର: ଏମାନଙ୍କୁ ଏପ୍ରିଲରେ ମିଳିବ ୩ ମାସର…

ନୂଆଦିଲ୍ଲୀ,୨୧।୩: ଦେଶରେ ଲକ୍ଷ ଲକ୍ଷ ରାଶନ କାର୍ଡଧାରୀ ଅଛନ୍ତି। ଯେଉଁମାନେ ପ୍ରତି ମାସରେ ରାଶନ କାର୍ଡ ମାଧ୍ୟମରେ ରାଶନ ପାଆନ୍ତି। କିନ୍ତୁ ଏହି ଏପ୍ରିଲ ମାସରେ ରାଶନ…

ବର୍ଷେ ହେଲା ପ୍ରେମିକାଙ୍କ ସହ ରଖୁଥିଲେ ଶାରିରୀକ ସମ୍ପର୍କ: ଗର୍ଭବତୀ ହେବାରୁ…

ନୀଳଗିରି,୨୧।୩(ପ୍ରଶାନ୍ତ ବିଶ୍ୱାଳ):ପ୍ରେମିକାଙ୍କୁ ଗର୍ଭବତୀ ପରେ ପ୍ରତାରଣା। ବିବାହର ମିଛ ପ୍ରତିଶ୍ରୁତି ଦେଇ ବର୍ଷେ ହେଲା ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପ୍ରେମିକା ଗର୍ଭବତୀ ହେବା ପରେ…

ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ମୁଖା ପିନ୍ଧା ଯୁବକ: ସ୍ବାମୀଙ୍କୁ ଲାତ ମାରି…

ଝାରସୁଗୁଡା,୨୧।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ସରବାହାଲ ତଳିପଡାଠାରେ ଭଡା ରହୁଥିବା ଧୀରେନ୍ଦ୍ର ମହାରଣାଙ୍କ ଘରକୁ ଶୁକ୍ରବାର ରାତିରେ ଜଣେ ଯୁବକ ମୁଖା ପିନ୍ଧି ଏକ ବାଇକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri