Categories: ଜାତୀୟ

ମୋଦି ଦେଶର ସବୁଠାରୁ ବଡ଼ ନେତା: ଆସାମ ମୁଖ୍ୟମନ୍ତ୍ରୀ

ଗୁଆହାଟି,୯।୩: ମେଘାଳୟ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଭାଜପା ମେଣ୍ଟ ସରକାର କରି ପୁଣି କ୍ଷମତାକୁ ଫେରିଛି। ନାଗାଲାଣ୍ଡ ଏବଂ ତ୍ରିପୁରାରେ ଭାଜପା ମେଣ୍ଟ ସରକାର ନିର୍ବାଚନରେ ବିଜୟୀ ହୋଇଥିବାବେଳେ ମେଘାଳୟରେ ଏନ୍‌ପିପିକୁ ସମର୍ଥନ ଘୋଷଣା କରିଛି। ଅପରପକ୍ଷେ ଏନ୍‌ସିପି ଗୁରୁବାର ସମସ୍ତଙ୍କୁ ଚକିତ କରି ନାଗାଲାଣ୍ଡର ନେଫ୍ୟୁ ରିଓ ସରକାରଙ୍କୁ ସମର୍ଥନ ଘୋଷଣା କରିଛି। ଏସବୁ ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗୁରୁବାର ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ମୋଦି ହେଉଛନ୍ତି ଦେଶର ସବୁଠାରୁ ବଡ଼ ନେତା ବୋଲି ସେ କହିଛନ୍ତି।

ଏଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶର୍ମାଙ୍କୁ ନାଗାଲାଣ୍ଡ ସରକାରଙ୍କୁ ଜେଡିୟୁ ଏବଂ ଏନ୍‌ସିପି ସମର୍ଥନ ସମ୍ପର୍କରେ ଏକ ପ୍ରଶ୍ନ ପଚରାଯାଇଥିଲା। ଏହାର ଜବାବରେ ସେ କହିଛନ୍ତି, “ନିର୍ବାଚନ ଲଢ଼ିବା ପାଇଁ ଉତ୍ତର-ପୂର୍ବରେ ପ୍ରବେଶ କରିବା ପୂର୍ବରୁ ସମସ୍ତ ଦଳ ବୁଝିବା ଉଚିତ ଯେ ଜଳ ସମୁଦ୍ରରେ ମିଶିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ସବୁଠାରୁ ବଡ଼ ନେତା।”

ସେହିଭଳି ଜେଡିୟୁ ଏନ୍‌ଡିଏକୁ ଫେରିବ କି ପ୍ରଶ୍ନର ଜବାବରେ ସେ କିଛି କହିବାକୁ ମନା କରିଦେଇଥିଲେ। ମୁଁ ତାଙ୍କ ଉପରେ ଅଧିକ ଗବେଷଣା କରିନାହିଁ। କିନ୍ତୁ ନୀତୀଶ କୁମାରଙ୍କ ସହିତ ତୁମେ କିଛି ଗ୍ୟାରେଣ୍ଟି ଦେଇ ପାରିବ ନାହିଁ ବୋଲି କହିବାକୁ ପଛାଇ ନ ଥିଲେ।

Share