ମୋଦି ମୋର ବିଶ୍ୱସ୍ତ ବନ୍ଧୁ… ଭାରତକୁ ନେଇ ୧୦ ବଡ଼ କଥା କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ନେତା ପରସ୍ପରର ପ୍ରଶଂସା କରିଥିଲେ। ତୃତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ, ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ବନ୍ଧୁ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ବିବୃତ୍ତିରେ କ’ଣ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ ଆସନ୍ତୁ ଜାଣିବା।

ଡୋନାଲ୍ଡ ଟ୍ରମ୍ପଙ୍କ ବକ୍ତବ୍ୟ ବିଷୟରେ ୧୦ଟି ବଡ଼ କଥା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଭାରତ-ଆମେରିକା ମଧ୍ୟରେ ଏକତା ଏବଂ ବନ୍ଧୁତା ଅଛି। ମୁଁ ଭାବୁଛି ଏହା ଆହୁରି ନିକଟତର ହେବାକୁ ଯାଉଛି। କିନ୍ତୁ ଏକ ଦେଶ ଭାବରେ ଆମେ ଏକତାରେ ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଆ କରୁଛୁ ଆମେ ସେହିପରି ରହିବୁ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ସାକ୍ଷାତରେ କହିଛନ୍ତି, ୍‌ଭାରତୀୟ ପ୍ରଧାନମନ୍ତ୍ରୀ ମୋଦି ଆମ ସହିତ ରହିବା ଏକ ବଡ଼ ସମ୍ମାନର କଥା। ସେ ବହୁତ ଦିନ ଧରି ମୋର ଜଣେ ଭଲ ବନ୍ଧୁ। ଆମର ଏକ ବହୁତ ଭଲ ସମ୍ପର୍କ ରହିଛି ଏବଂ ମୋର ୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଆମେ ଏହି ସମ୍ପର୍କକୁ ବଜାୟ ରଖିଛୁ। ଆମେ ପୁଣି ଥରେ ସମ୍ପର୍କ ଆରମ୍ଭ କରିଛୁ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆହୁରି କହିଛନ୍ତି, ମୁଁ ଭାବୁଛି ଆମ ପାଖରେ କଥା ହେବା ପାଇଁ କିଛି ବହୁତ ବଡ଼ ଜିନିଷ ଅଛି। ନମ୍ବର ୧ ହେଉଛି ସେମାନେ ଆମଠାରୁ ବହୁତ ତେଲ ଏବଂ ଗ୍ୟାସ କିଣିବାକୁ ଯାଉଛନ୍ତି। ଆମ ପାଖରେ ବିଶ୍ୱର ଅନ୍ୟ ଯେକୌଣସି ଦେଶ ଅପେକ୍ଷା ଅଧିକ ତେଲ ଏବଂ ଗ୍ୟାସ ଅଛି। ସେମାନଙ୍କୁ ଏହାର ଆବଶ୍ୟକତା ଅଛି, ଏବଂ ଆମ ପାଖରେ ଏହା ଅଛି। ଆମେ ବାଣିଜ୍ୟ ବିଷୟରେ କଥା ହେବାକୁ ଯାଉଛୁ। ମୋଦିଙ୍କୁ ଭେଟିବା ପ୍ରକୃତରେ ଏକ ସମ୍ମାନର କଥା।
ବାଂଲାଦେଶ ପ୍ରସଙ୍ଗ ବିଷୟରେ ପଚରାଯିବାରୁ ଟ୍ରମ୍ପ କହିଥିଲେ, ଏଥିରେ ଡିପ ଷ୍ଟେଟର କୌଣସି ଭୂମିକା ନାହିଁ। ଏହା ଏପରି ଏକ ବିଷୟ ଯାହା ଉପରେ ପ୍ରଧାନମନ୍ତ୍ରୀ ମୋଦି ବହୁତ ଦିନ ଧରି କାମ କରୁଛନ୍ତି। ମୁଁ ବାଂଲାଦେଶକୁ ପ୍ରଧାନମନ୍ତ୍ରୀଙ୍କ ଉପରେ ଛାଡି ଦେଉଛି।
ଭାରତ ସହିତ ବାଣିଜ୍ୟ କ୍ଷେତ୍ରରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ଆପଣ ଚାଇନା ସହିତ କିପରି ଲଢ଼ିବେ’ ପ୍ରଶ୍ନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେ କାହାକୁ ପରାସ୍ତ କରିବା ପାଇଁ ବହୁତ ଭଲ ସ୍ଥିତିରେ ଅଛୁ। କିନ୍ତୁ ଆମେ କାହାକୁ ପରାସ୍ତ କରିବାକୁ ଚେଷ୍ଟା କରୁନାହୁଁ, ଆମେ ପ୍ରକୃତରେ ଏକ ଭଲ କାମ କରିବାକୁ ଚାହୁଁଛୁ। ମୁଁ ଭାବୁଛି ଏହା ପୂର୍ବ ଅପେକ୍ଷା ବହୁତ ଶକ୍ତିଶାଳୀ ହେବ।
ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ତାଙ୍କ ଯୋଜନାରେ ସେ ଭାରତର ଭୂମିକା ଦେଖୁଛନ୍ତି କି?’ ଏହି ପ୍ରଶ୍ନ ପଚରାଯିବାରୁ ଟ୍ରମ୍ପ କହିଥିଲେ, ଆମେ ସମସ୍ତ ଦେଶ ସହିତ ଏକାଠି କାମ କରିବାକୁ ଯାଉଛୁ। ଆମେ ବହୁତ ଭଲ କାମ କରିବୁ। ମୁଁ ଭାବୁଛି ଆମେ ରେକର୍ଡ ସଂଖ୍ୟକ ବ୍ୟବସାୟ କରିବାକୁ ଯାଉଛୁ। ଆମେ ଭାରତ ସହିତ ମଧ୍ୟ କାମ କରିବାକୁ ଯାଉଛୁ। ନିକଟ ଭବିଷ୍ୟତରେ ଆମର ଅନେକ ବଡ଼ ବାଣିଜ୍ୟ ଚୁକ୍ତି ଘୋଷଣା କରିବାକୁ ଅଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଲୋକେ କହୁଛନ୍ତି ଯେ ଗତ ତିନି ସପ୍ତାହ ସେମାନଙ୍କ ପାଇଁ ସର୍ବଶ୍ରେଷ୍ଠ ଥିଲା। ଏହା ପୂର୍ବରୁ କେବେ ହୋଇ ନ ଥିଲା। ଆମେ ତିନି ସପ୍ତାହ ମଧ୍ୟରେ କ’ଣ କରିପାରିଛୁ, ଲୋକମାନେ ପ୍ରକୃତରେ ଆଶ୍ଚର୍ଯ୍ୟ ହେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହା ଉଲ୍ଲେଖ କରିଛନ୍ତି। ମୁଁ ଭାବୁଛି ଅନ୍ୟ ଦେଶଗୁଡ଼ିକ ଏହା ଦେଖୁଛନ୍ତି, କିନ୍ତୁ ମୁଁ ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀ ମୋଦି ଜଣେ ଚମତ୍କାର ବ୍ୟକ୍ତି। ଆମେ ଭାରତ ପାଇଁ କିଛି ବଡ଼ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଛୁ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହ୍ବାଇଟ ହାଉସରେ ସ୍ବାଗତ କରି ମୁଁ ବହୁତ ଉତ୍ସାହିତ। ଆମେ ୫ ବର୍ଷ ପୂର୍ବେ ଆପଣଙ୍କ ସୁନ୍ଦର ଦେଶ ଗସ୍ତ କରିଥିଲୁ। ଏହା ଏକ ଅବିଶ୍ୱସନୀୟ ସମୟ ଥିଲା। ବିଶ୍ୱର ସର୍ବପୁରାତନ ଏବଂ ବୃହତ୍ତମ ଗଣତନ୍ତ୍ର, ଆମେରିକା ଏବଂ ଭାରତ ମଧ୍ୟରେ ଏକ ବିଶେଷ ସମ୍ପର୍କ ରହିଛି। ଆଜି, ପ୍ରଧାନମନ୍ତ୍ରୀ ଏବଂ ମୁଁ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଏକ ଢାଞ୍ଚା ଘୋଷଣା କରୁଛୁ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ମୁଁ ଘୋଷଣା କରି ଖୁସି ହେଉଛି ଯେ ମୋ ପ୍ରଶାସନ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଜଣେ ଷଡ଼ଯନ୍ତ୍ରକାରୀ ଏବଂ ବିଶ୍ୱର ସବୁଠାରୁ ଖରାପ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ତହୱୁର ରାଣାଙ୍କ ପ୍ରତ୍ୟର୍ପଣକୁ ଅନୁମୋଦନ କରିଛି, ଯାହା ଦାରା ସେ ଭାରତ ଉଚିତ୍‌ ନ୍ୟାୟ ପାଇପାରିବ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଁ ଶକ୍ତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମାରେ ପହଞ୍ଚିଛୁ ଯାହା ନିଶ୍ଚିତ କରିବ ଯେ ଆମେରିକା ଭାରତକୁ ତୈଳ ଏବଂ ପ୍ରାକୃତିକ ଗ୍ୟାସର ପ୍ରମୁଖ ଯୋଗାଣକାରୀ ହେବ। ଆମେରିକାର ପରମାଣୁ ଶିଳ୍ପ ପାଇଁ ଏକ ଅଭୂତପୂର୍ବ ବିକାଶରେ, ଭାରତ ମଧ୍ୟ ଆମେରିକାର ପରମାଣୁ ପ୍ରଯୁକ୍ତିବିଦ୍ୟାକୁ ସ୍ବାଗତ କରିବା ପାଇଁ ଆଇନରେ ସଂସ୍କାର କରୁଛି, ଯାହା ଭାରତୀୟ ବଜାରରେ ସର୍ବୋଚ୍ଚ ସ୍ତରରେ ଅଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri