ମହରଗିଙ୍କ ପରିବାରକୁ ମିଳିଲା ପିଡିଏସ୍‌ ଚାଉଳ: ଖୁବଶୀଘ୍ର ମିଳିବ ଭତ୍ତା, ଘର

ଲୋଇସିଂହା,୧୪।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବେନ୍ଦ୍ରା ପଞ୍ଚାୟତ ବେନ୍ଦ୍ରା ସଦର ଗ୍ରାମର ମହରଗି ଭୂଏ(୬୦)। ଦୀର୍ଘବର୍ଷ ହେଲା ତାଙ୍କ ସ୍ବାମୀ ଆରପାରିକୁ ଚାଲି ଯାଇଥିବା ବେଳେ ଅର୍ଥ ଅଭାବରୁ ଠିକ ସମୟରେ ଚିକିତ୍ସା କରି ନ ପାରି ଦୁଇପୁଅଙ୍କୁ ହରାଇଛନ୍ତି। ପେଟକୁ ଦାନା ଯୋଗାଉଥିବା ସାନ ପୁଅ ଏବେ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ ଚଳାଇଛନ୍ତି ା ଏହି ସଂକ୍ରାନ୍ତରେ ଖବର ଗୁରୁବାର ଧରିତ୍ରୀରେ ପ୍ରକାଶ ପାଇଥିଲା। ବିଡିଓ ମହାପାତ୍ର କୁଲଦୀପ ମହାନ୍ତିଙ୍କ ନିର୍ଦ୍ଦେଶରେ ପଞ୍ଚାୟତର ଯୋଗାଣ ସହାୟକ ସୁଦାମ ସାହୁ ମହରଗିଙ୍କ ଘରକୁ ଯାଇ ୧୫ କେ.ଜି. ପିଡିଏସ ପ୍ରଦାନ କରି ଆସିଛନ୍ତି। ଏଣିକି ଉକ୍ତ ପରିବାର ନିୟମିତ ପିିଡିଏସ ସାମଗ୍ରୀ ପାଇବେ ବୋଲି ସେ କହିଛନ୍ତି। ଆଧାର କାର୍ଡ ନଥିବାରୁ ମହରଗିଙ୍କ ଭତ୍ତା ମିଳିବାରେ ବିଳମ୍ବବ ହେବ ବୋଲି ଜଣାପଡିଛି ା ଏହି ପରବାରକୁ ଅନ୍ତ୍ୟୋଦୟ ଯୋଜନାରେ ୩୫ କେ.ଜି. ପିଡିଏସ ଏବଂ ମା’ପୁଅର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସ୍ବାମୀ, ବିବାହିତ ବଡପୁଅ ଏବଂ ମଝିଆପୁଅଙ୍କ ପୂର୍ବରୁ ମୃତ୍ୟୁ ଘଟିଛି। ୨ପୁଅ ଓ ସ୍ବାମୀକୁ ହରାଇ ମହରଗିଙ୍କ ମାନସିକ ସ୍ଥିତି ବଗିଡି ଯାଇଥିଲା। ଏହାପରେ ମହରଗିଙ୍କୁ ମିଳୁଥିବା ୨ ଶହ ଟଙ୍କା ଭତ୍ତା ଓ ଅନ୍ନପୂର୍ଣ୍ଣା ଯୋଜନାରୁ ମିଳୁଥିବା ୧୦ କେଜି ପିଡିଏସ ବନ୍ଦ ହୋଇଯାଇଛି। ଏବେ ସାନପୁଅ ଇଶ୍ୱରଙ୍କ ଶରୀର ଅସ୍ବାଭାବିକ ଭାବେ ଫୁଲିବା ସହିତ ଗୋଟିଏ ଗୋଡ ଜଳାପୋଡା କରୁଛି। ଆର୍ଥିକ ଅଭାବରୁ ଚିକିତ୍ସିତ ହୋଇ ନ ପାରି ସେ ଘରେ ପଡି ରହିଛନ୍ତି। ପଞ୍ଚାୟତ ଓ ବ୍ଲକକୁ ସହାୟତା ପାଇଁ ନିବେଦନ କରିଥିଲେ ବି କୌଣସି ସୁଫଳ ମିଳି ନ ଥିଲା ା ଚିକିତ୍ସା ଏବଂ ଭତ୍ତା ଓ ରାଶନ କାର୍ଡ କାର୍ଯ୍ୟକାରୀ କରିବାକୁ ମା’ ପୁଅ ବ୍ଲକ କାର୍ଯ୍ୟାଳୟକୁ ଯାଇଥିବାବେଳେ କେହି ଜଣେ କର୍ମଚାରୀ ଟଙ୍କା ଦାବି କରିବା ଘଟଣା ବିସ୍ମିତ କରିଛି। ଏ ସମ୍ପର୍କରେ ବିଡିଓ ମହାପାତ୍ର କୁଲଦୀପ ମହାନ୍ତି କହିଛନ୍ତି, ଖବର ପାଇଁ ଉକ୍ତ ପରିବାରକୁ ପିଡିଏସ ପ୍ରଦାନ କରାଯାଇଛି। ଅଧାର ସମସ୍ୟା ସମାଧାନ କରି ଖୁବଶୀଘ୍ର ଭତ୍ତା ଏବଂ ଘର ଯୋଗଇବାର ବ୍ୟବସ୍ଥା କରାଯିବ। ଇଶ୍ୱରଙ୍କ ଚିକିତ୍ସା ସମ୍ପର୍କରେ ଜିଲାପାଳ ଯାହା ପଦକ୍ଷେପ ନେବେ ବୋଲି ସେ କେହିଛନ୍ତି। ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଙ୍କିତ ପଣ୍ଡା କହିଛନ୍ତି, ଯିଏ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛି ତାଙ୍କୁ ଚିକିତ୍ସା ଯୋଗାଉଛ। ଖବର ପ୍ରକାଶ ପରେ ଆଦିବାସୀ ନେତା ସତ୍ୟନାରାୟଣ ଭୋଇ ଜିଲାପ୍ରକଳ୍ପ ନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକ ଦକ୍ଷେପ ନେବାକୁ କହିଥିବା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମ ଦିବସ ସୃଷ୍ଟି, ବିନା ଗ୍ରାମସଭାରେ କାମକୁ ନେଇ ଅସନ୍ତୋଷ

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣିର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ଚକ୍ର…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ: ରମ୍ଭା ଥାନା ପକ୍ଷରୁ…

ରମ୍ଭା, ୨୫।୮ (ବିଦ୍ୟାଧର ସାହୁ): ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ରମ୍ଭା ପୋଲିସ ପକ୍ଷରୁ ସାଇବର୍ ଅପରାଧ ଓ ନିଶା ନିବାରଣ ସଚେତନତା…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri