Categories: ଜାତୀୟ

ରେକର୍ଡ କଲେ ମୋଦି

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆଯୋଧ୍ୟାରେ ଆୟୋଜିତ ଭବ୍ୟ ଏବଂ ଦିବ୍ୟ ରାମମନ୍ଦିର ନିର୍ମାଣ ପାଇଁ ହୋଇଥିବା ଭୂମି ପୂଜାରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ ହନୁମାନଗଡି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଏବେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ସୂଚନାରୁ ଜଣାପଡିଛି କି ହନୁମାନଗଡି ଦର୍ଶନ କରିବାରେ ମୋଦି ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। ଏହାସହ ଶ୍ରୀରାମ ଜନ୍ମଭୂମି ଆସିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ମଧ୍ୟ ମୋଦି। ଆହୁରି ମଧ୍ୟ କୁହାଯାଇଛି କି ମନ୍ଦିରର ଭବ୍ୟ ଶୁଭାରମ୍ଭରେ ସାମିଲ ହେବାର ସୌଭାଗ୍ୟ ମଧ୍ୟ ମୋଦିଙ୍କୁ ମିଳିଛି।

Share