Categories: ଜାତୀୟ

ଦେଶକୁ ନଷ୍ଟ କରୁଛନ୍ତି ମୋଦି: ରାହୁଲ

ନୂଆଦିଲ୍ଲୀ,୩୦।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲଗାତାର ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଚାଲିଛନ୍ତି। ବୁଧବାର ଯୁଦ୍ଧ ବିମାନ ରାଫେଲକୁ ନେଇ ରାହୁଲ ପ୍ରଶ୍ନ ଉଠାଇଥିବା ବେଳେ ଶୁକ୍ରବାର ସେ ପୁଣିଥରେ ମୋଦିଙ୍କ ଉପରେ ବର୍ଷିଛନ୍ତି। ରାହୁଲ ଦେଶର ଅର୍ଥବ୍ୟବସ୍ଥା, ଜିଏସ୍‌ଟି, ବେରୋଜଗାର ଆଦିକୁ ନେଇ କହିଛନ୍ତି ମୋଦି ଦେଶକୁ ନଷ୍ଟ କରୁଛନ୍ତି। ଟୁଇଟର ମାଧ୍ୟମରେ ସେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଚାରୋଟି ପ୍ରଶ୍ନ ମାଧ୍ୟମରେ ବିମୁଦ୍ରିକରଣ, ଜିଏସ୍‌ଟି, କରୋନା ମହାମାରୀର ମୁକାବିଲା ଓ ଅର୍ଥବ୍ୟବସ୍ଥାକୁ ନେଇ ସେ ମୋଦିଙ୍କୁ ଘେରିଛନ୍ତି। ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ରାଫାଲ ଯୁଦ୍ଧ ବିମାନ କ୍ରୟକୁ ନେଇ ରାହୁଲ ବାୟୁସେନାକୁ ଶୁଭେଚ୍ଛା ଜଣାଇଥିବା ବେଳେ ମୋଦି ସରକାରଙ୍କୁ ପ୍ରଶ୍ନ କରିଥିଲେ କି ରାଫାଲ ଯୁଦ୍ଧ ବିମାନ ୫୨୬ କୋଟି ବଦଳରେ କାହିଁକି ୧,୬୭୦ କୋଟିରେ କିଣାଗଲା।

Share