Categories: ଜାତୀୟ

ଟିକଟ କିଣିବା ପରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଲୋକାର୍ପିତ କଲେ ମୋଦି…

ନୂଆଦିଲ୍ଲୀ, ୧୪।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀର ମେଟ୍ରୋ ଷ୍ଟେଶନ ନିକଟରେ ଲୋକ କଲ୍ୟାଣ ମାର୍ଗଠାରେ ଥିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଲୋକାର୍ପିତ କରିଛନ୍ତି। ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ଲୋକାର୍ପିତ କରିବା ପୂର୍ବରୁ କାଉଣ୍ଟରରେ ପହଞ୍ଚି ଟିକଟ କିଣିଥିଲେ। ଏହାପରେ ସଂଗ୍ରହାଳୟରେ ପ୍ରବେଶ କରି ଲୋକାର୍ପଣ କରିଥିଲେ।

ଏହି ସଂଗ୍ରହାଳୟରେ ପ୍ରବେଶ କରିବା ପାଇଁ ଅନ୍‌ ଲାଇନ୍‌ ଟିକଟ ଦାମ ୧୦୦ ଟଙ୍କା ଥିବାବେଳେ ଅଫ୍‌ ଲାଇନ୍‌ରେ ୧୧୦ ଟଙ୍କା ରହିଛି। ଅପରପକ୍ଷରେ ବିଦେଶୀ ନାଗରିକଙ୍କ ପାଇଁ ଟିକଟ ଦାମ ୭୫୦ ଟଙ୍କା ରଖାଯାଇଛି। ୫ରୁ ୧୨ ବର୍ଷ ବୟସ୍କ ପିଲାଙ୍କୁ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି। ସ୍କୁଲ କଲେଜ ପିଲାଙ୍କ ପାଇଁ ୨୫ ପ୍ରତିଶତ ରିହାତିର ବ୍ୟବସ୍ଥା ରହିଛି।

ସଂଗ୍ରହାଳୟରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କର କାର୍ଯ୍ୟ ସମ୍ପର୍କରେ ବିଭିନ୍ନ ତଥ୍ୟ ସଂରକ୍ଷିତ ରଖାଯାଇଛି।

Share