Categories: ଜାତୀୟ

ଆନ୍ଦୋଳନ ନାଁରେ ଦେଶର ଭିତ୍ତିଭୂମି ନଷ୍ଟ କରିବା ଜାତୀୟ ଦାୟିତ୍ୱ ନୁହେଁ: ମୋଦି

ପ୍ରୟାଗରାଜ,୨୯ ।୧୨: ମାଲଗାଡ଼ି ଚଳାଚଳ ପାଇଁ ତିଆରି ହୋଇଥିବା ଇଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର(ଇଡିଏଫ୍‌ସି)ର ପ୍ରୟାଗରାଜ ସ୍ଥିତ କଣ୍ଟ୍ରୋଲ ରୁମ ଓ ଲୁଧିଆନାରୁ ପଶ୍ଚିମବଙ୍ଗ ସ୍ଥିତ ଦାନକୁନି ଷ୍ଟେଶନ ପର୍ଯ୍ୟନ୍ତ ୧୮୭୫ କିଲୋମିଟର ଇଡିଏଫ୍‌ସି ଟ୍ରାକ ଉପରେ ଏବେ ଟ୍ରେନ୍ ଚଳାଚଳ କରିବ । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଆଜିର ଦିନ ଇଣ୍ଡିଆନ୍ ରେଲୱେର ଗୌରବଶାଳୀ ଅତୀତର ୨୧ ଦଶକର ନୂଆ ପରିଚୟ ହେବ । ସ୍ୱାଧିନତା ପରେ ଏହା ସବୁଠାରୁ ବଡ ଓ ଆଧୁନିକ ରେଲ ଇନଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟ ଭାବେ ନଜର ଆସିଛି । ଯେତେବେଳେ ଏହି ଟ୍ରାକ୍ ଉପରେ ମାଲଗାଡି ଦୌଡିଥିଲା ସେତେବେଳେ ନୂଆ ଭାରତ ଓ ଆତ୍ମନିର୍ଭର ଭାରତର ସ୍ୱର ସ୍ପଷ୍ଟ ଭାବେ ଶୁଣିବାକୁ ମିଳୁଥିଲା । ପ୍ରୟାଗରାଜରେ ଥିବା ଅପରେଶନ କଣ୍ଟ୍ରାଲ ସେଣ୍ଟର ମଧ୍ୟ ନୂତନ ଭାରତର ନୂତନ ଶକ୍ତିର ପ୍ରତୀକ । ମୋଦି କହିଛନ୍ତି ଆଜି ଦେଶ ଯେତେବେଳେ ବିଶ୍ୱର ବଡ ଆର୍ଥିତ ଶକ୍ତି ଆଡକୁ ମୁହାଁଉଛି ସେତେବେଳେ ଏହି କନେକ୍ଟିଭିଟି ଦେଶର ପ୍ରାଥମିକତା ।

Share