Categories: ବାଣିଜ୍ୟ

୩ ପେଟ୍ରୋଲିୟମ ପ୍ରକଳ୍ପ ଲୋକାର୍ପଣ କଲେ ମୋଦି

ନୂଆଦିଲ୍ଲୀ, ୧୪।୯: ବିହାରରେ ୩ ପେଟ୍ରୋଲିୟମ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଭିଡିଓକନଫରେନ୍ସି ଯୋଗୁ ଏହି ପ୍ରକଳ୍ପଗୁଡିକୁ ଲୋକାର୍ପଣ କରାଯାଇଥିଲା। ପାରାଦୀପ-ହଳଦିଆ-ଦୁର୍ଗାପୁର ପାଇପଲାଇନ ପ୍ରକଳ୍ପର ସମ୍ପ୍ରସାରଣ କାର୍ଯ୍ୟ ଅନ୍ତର୍ଗତ ଦୁର୍ଗାପୁର-ବାଙ୍କା ସେକ୍ସନ ସହ ୨ ଏଲପିଜି ବଟଲିଂ ପ୍ଲାଣ୍ଟ ଏହା ମଧ୍ୟରେ ସାମିଲ ରହିଛି। ଏହି ପ୍ରକଳ୍ପଗୁଡିକୁ ଲୋକାର୍ପଣ କରି ଅତ୍ୟନ୍ତ ଗର୍ବିତ ବୋଲି ମୋଦି ଏହି ଅବସରରେ ସୁଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସରକାର ଭିତ୍ତିଭୂମି ବିକାଶ ଉପରେ ବର୍ତ୍ତମାନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ବିହାର ପାଇଁ ପ୍ୟାକେଜ ଘୋଷଣା ହେବା ପୂର୍ବରୁ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯିବ ବୋଲି ସରକାର ପୂର୍ବରୁ କହିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ଘୋଷଣା ହୋଇଥିବା ପ୍ରକଳ୍ପଗୁଡିକ ମଧ୍ୟରେ ପେଟ୍ରୋଲିୟମ ଏବଂ ଗ୍ୟାସ କ୍ଷେତ୍ରର ପ୍ରାୟ ୧୦ ବଡ ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପରେ ମୋଟ ୨୧ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରାଯିବ।

Share