Categories: ଜାତୀୟ

କ୍ଷମତାରେ ମୋଦି-ବିପକ୍ଷରେ ମୋଦି-ମଧ୍ୟସ୍ଥତାରେ ବି ମୋଦି: ଦେଶ ରାଜନୀତିରେ ନାହିଁ ବିକଳ୍ପ !

ନୂଆଦିଲ୍ଲୀ, ୬।୮: ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ନୂଆ ଆକଳନ କରାଯାଉଛି। ଭୂମି ପୂଜନରେ ମୋଦି ଜୟ ଶ୍ରୀରାମ ନ କହି ଜୟ ସୀୟା ରାମ ବାରମ୍ବାର ଉଚ୍ଚାରଣ କରିଛନ୍ତି। ଏବେ ମୋଦି କ୍ଷମତାରେ ରହିଛନ୍ତି। ତାଙ୍କର ଭୂମି ପୂଜନ ନେଇ ବିପକ୍ଷ ବି ମୋଦିମୟ ହୋଇଯାଇଛନ୍ତି। ଦେଶ ରାଜନୀତିରେ ବହୁ ଦୂର ପର୍ଯ୍ୟନ୍ତ ଅନ୍ୟ କୌଣସି ବିକଳ୍ପ ଦୃଷ୍ଟି ଗୋଚର ହେଉନାହିଁ। ତେବେ ରାଜନୀତିରେ ଅସମ୍ଭବ ବି ସମ୍ଭବ ଏବଂ ସମ୍ଭବ ବି ଅସମ୍ଭବ। ମାତ୍ର ସମ୍ପ୍ରତି ମୋଦିଙ୍କ ସ୍ଥିିତି କ୍ଷମତା,ବିପକ୍ଷ ଏବଂ ମଧ୍ୟସ୍ଥତାରେ ରହିଛି ବୋଲି ରାଜନେତା ମତପୋଷଣ କରିବା ଆରମ୍ଭ କଲେଣି। ଏବେ ମୋଦି ଆଗରେ ରହିଛନ୍ତି। ପଛରେ ବି ଅଛନ୍ତି। ସେହିପରି ମଝିରେ ବି ରହିଛନ୍ତି। ଭାରତୀୟ ସଂସ୍କୃତିରେ ଲୋକଙ୍କ ଆସ୍ଥା ପାଲଟିଥିବା ରାମଙ୍କ ମନ୍ଦିର ନିର୍ମାଣର ଭୂମି ପୂଜନ ମୋଦିଙ୍କ ପାଇଁ ଏହି ସଫଳତା ଆଣି ଦେଇଛି। ଏବେ ସୋସିଆଲ୍‌ ମିଡ଼ିଆରେ ଛୋଟ ରାମଲଲାଙ୍କ ସହିତ ମନ୍ଦିର ଆଡ଼କୁ ମୋଦି ଯାଉଛନ୍ତି। ଏହି ଫଟୋରେ ମୋଦିଙ୍କ ଉଚ୍ଚତା ରାମଲଲାଙ୍କ ପ୍ରାୟ ୪ ଗୁଣା ରହିଛି। ରାମଲଲାଙ୍କ ମନ୍ଦିରର ଭୂମି ପୂଜନ ମୋଦିଙ୍କ ରାଜନୈତିକ ଛବିକୁ ୪ ଗୁଣା ବଢ଼ାଇ ଦେଇଥିବା ଏହି ଫଟୋରୁ ଅନୁମାନ କରି ହେଉଛି ବୋଲି ଚର୍ଚ୍ଚା ହେଉଛି।

Share