Posted inଜାତୀୟ

ଚେନାବ ବ୍ରିଜ୍‌ ଉପରେ ତ୍ରିରଙ୍ଗା ଉଡ଼ାଇଲେ ମୋଦି: ଚାଇନା-ପାକିସ୍ତାନକୁ ଦେଲେ କଡ଼ା ବାର୍ତ୍ତା

ଶ୍ରୀନଗର,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରର ରେଆସି ଜିଲା ଅନ୍ତର୍ଗତ ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ରେଲଓ୍ବେ ବ୍ରିଜ୍‌କୁ ଉଦ୍‌ଘାଟନ କରିଛନ୍ତି। ବ୍ରିଜ୍‌ ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦି ତ୍ରିରଙ୍ଗା ଉଡ଼ାଉଥିବାର ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ ଚେନାବ ବ୍ରିଜ୍‌ରୁ ତ୍ରିରଙ୍ଗା ଉଡ଼ାଇ ଚାଇନା ଏବଂ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଥିଲେ। ଏହି ସେତୁ ଖୋଲିବା ସହିତ କଶ୍ମୀର ଯାଉଥିବା ଲୋକଙ୍କ ପାଇଁ ଟ୍ରେନ ଯାତ୍ରା ସହଜ ହେବ। ବ୍ରିଜ୍‌ ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଚେନାବ ରେଳ ବ୍ରିଜ୍‌ ମଧ୍ୟ ଯାଞ୍ଚ କରିଥିଲେ। ଏହା ପୂର୍ବରୁ ସେ ବ୍ରିଜ୍‌ ପାଇଁ କାମ କରୁଥିବା ଶ୍ରମିକମାନଙ୍କୁ ଭେଟିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ କଶ୍ମୀରରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଏଥିସହିତ ପ୍ରଧାନମନ୍ତ୍ରୀ କାଟ୍ରା-ଶ୍ରୀନଗର ବନ୍ଦେ ଭାରତ ଟ୍ରେନ୍‌ ସେବାର ଶୁଭାରମ୍ଭ କରିବେ। କାଟ୍ରାରୁ ସଙ୍ଗଲଡାନ୍‌ ରେଳ ସେକ୍ସନ୍‌ ଅନ୍ତର୍ଗତ ଚେନାବ ରେଲଓ୍ବେ ବ୍ରିଜ୍‌ ବିଶ୍ୱର ସର୍ବୋଚ୍ଚ ବର୍ତ୍ତୁଳାକାର ବ୍ରିଜ୍‌ ଯାହା ପ୍ରଥମ ଥର ପାଇଁ କଶ୍ମୀର ଉପତ୍ୟକାକୁ ଭାରତର ଅବଶିଷ୍ଟ ଭାଗ ସହ ରେଳ ସଂଯୋଗ କରାଇବ। ଚେନାବ ନଦୀର ୩୫୯ ମିଟର ଉଚ୍ଚରେ ନିର୍ମିତ ଏହି ବ୍ରିଜ୍‌ ଇଫେଲ ଟାଓ୍ବାରଠାରୁ ମଧ୍ୟ ଅଧିକ ଉଚ୍ଚ। ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗୁରୁବାର ଉକ୍ତ ବ୍ରିଜ୍‌ ପରିଦର୍ଶନ କରି ଚୂଡ଼ାନ୍ତ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ସେ ଉକ୍ତ ବ୍ରିଜ୍‌ ସମେତ ଉଦ୍‌ଘାଟନ ହେବାକୁ ଥିବା ଅଞ୍ଜି ବ୍ରିଜ୍‌ର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହା ଦେଶର ପ୍ରଥମ କେବୁଲ-ଷ୍ଟେ ରେଳ ବ୍ରିଜ୍‌।

୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ଆରମ୍ଭ କରାଯାଇଥିବା ଅପରେଶନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ଏହା ପ୍ରଥମ ଗସ୍ତ। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri