ଦାମୋଦରପୁର ମୁଖ୍ୟ ରାସ୍ତାରେ ଆବର୍ଜନା ଜଳ

ଗଞ୍ଜାମ,୬ା୬(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ୧୨ ନମ୍ବର ଓ୍ବାର୍ଡର ମୁଖ୍ୟ ରାସ୍ତାରେ ଆବର୍ଜନା ଜଳ ଜମିରହିଥିବା ଦେଖିବାକୁ ମିଳିଛି। ଯାହା ଓ୍ବାର୍ଡବାସୀଙ୍କ ପାଇଁ ନାହିଁ ନ ଥିବା ସମସ୍ୟା ସୃଷ୍ଟି କରୁଛି। ପ୍ରତ୍ୟହ ଓ୍ବାର୍ଡର ଘରୁ ଡ୍ରେନ୍‌ରେ ଆସୁଥିବା ଆବର୍ଜନା ଜଳ ଓ୍ବାର୍ଡ ମଧ୍ୟରେ ଜମିରହି ପୁତିଗନ୍ଧମୟ ସୃଷ୍ଟି କରୁଛି।

ଅନ୍ୟପଟେ ଉକ୍ତ ସ୍ଥାନରୁ ମଶାମାଛିଙ୍କ ବଂଶ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି l ଉକ୍ତ ରାସ୍ତା ଦେଇ ଯାଉଥିବା ଅଙ୍ଗନଓ୍ବାଡ଼ି କୋମଳମତି ଶିଶୁ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି l ଏନେଇ ସ୍ଥାନୀୟ କାଉନସିଲର ଆର୍‌. ଚନ୍ଦ୍ରଶେଖର ଓ ସ୍ଥାନୀୟ ବୁଦ୍ଧିଜୀବୀ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ
କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି।

ସେହିପରି ପୁଇଁତୋଳା ନୂଆ ସାହିରେ ମଧ୍ୟ ଅନୁରୂପ ସମସ୍ୟା। ଦୀର୍ଘଦିନ ଧରି ବର୍ଷାଜଳ ଜମି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏନ୍‌ଏସି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନେବାକୁ ଦୃଢ଼ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri