Posted inଜାତୀୟ

ଶ୍ୱେତପତ୍ରକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କଲେ ମୋଦି

ନୂଆଦିଲ୍ଲୀ,୮ା୨: ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନରେ ମୋଦି ସରକାର ଗୁରୁବାର କଂଗ୍ରେସର ୧୦ ବର୍ଷ କାର୍ଯ୍ୟକାଳ ବିରୋଧରେ ଏକ ଶ୍ୱେତପତ୍ର ଆଣିବା ପାଇଁ ରୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ବରିଷ୍ଠ ମନ୍ତ୍ରୀଙ୍କ ସହ ଏହି ବୈଠକ କରିଛନ୍ତି। ଯେଉଁଥିରେ ରାଜନାଥ ସିଂ, ପ୍ରହ୍ଲାଦ ଯୋଶୀଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଅଛନ୍ତି। ଏହି ବୈଠକ କେବଳ ଶ୍ୱେତପତ୍ର ପ୍ରସଙ୍ଗକୁ ନେଇ ଅନୁଷ୍ଠିତ ହୋଇଛି। ଯାହା ମଧ୍ୟାହ୍ନ ପରେ ପାର୍ଲାମେଣ୍ଟରେ ଉପସ୍ଥାପିତ ହେବ।

୨୦୧୪ ପୂର୍ବରୁ ଅର୍ଥନୀତିର ‘ଅବ୍ୟବସ୍ଥା’ ସମ୍ପର୍କରେ ମୋଦି ସରକାର ଆଜି ଅପରାହ୍ନରେ ପାର୍ଲାମେଣ୍ଟରେ ଏକ ଶ୍ୱେତପତ୍ର ଉପସ୍ଥାପନ କରିବେ ବୋଲି ବିଶ୍ୱାସ ରହିଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ସରକାର ଗଠନ କରାଯାଇଥିଲା। ଏହାପୂର୍ବରୁ, ମନମୋହନ ସିଂଙ୍କ ନେତୃତ୍ୱରେ କ୍ରମାଗତ ୧୦ ବର୍ଷ ଅର୍ଥାତ୍‌ ୨୦୦୪-୧୪ ପର୍ଯ୍ୟନ୍ତ ଏକ ସରକାର ଥିଲା। ମୋଦି ସରକାରଙ୍କ ଦ୍ୱିତୀୟ ପାଳି କାର୍ଯ୍ୟକାଳ ମଧ୍ୟ ଶୀଘ୍ର ଶେଷ ହେବାକୁ ଯାଉଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ୨୦୨୪-୨୫ ବର୍ଷର ମଧ୍ୟବର୍ତ୍ତୀ ବଜେଟ୍‌ ଉପସ୍ଥାପନ କରୁଥିବା ବେଳେ ଏହି ଅବ୍ୟବସ୍ଥା ଉପରେ ଏକ ଶ୍ୱେତପତ୍ର ସମ୍ପର୍କରେ ସୂଚନା ଦେଇଛନ୍ତି। ନିର୍ମଳା ସୀତାରମଣ କହିଛନ୍ତି, ‘ସରକାର ଅର୍ଥନୀତି ଉପରେ ଏକ ଶ୍ୱେତପତ୍ର ଉପସ୍ଥାପନ କରିବେ। ଯାହା ଦ୍ୱାରା ୨୦୧୪ ପର୍ଯ୍ୟନ୍ତ ଆମେ କେଉଁଠାରେ ଥିଲୁ ଏବଂ ବର୍ତ୍ତମାନ ଆମେ କେଉଁଠାରେ ଅଛୁ ତାହା ଜାଣିହେବ। ଏହି ଶ୍ୱେତପତ୍ରର ଉଦ୍ଦେଶ୍ୟ ହେଉଛି ସେହି ବର୍ଷଗୁଡିକର ପରିଚାଳନାଗତ କାର୍ଯ୍ୟରୁ ଶିକ୍ଷା ଗ୍ରହଣ କରିବା।


Enter your email to get our daily news in your inbox.

All Right Reserved By Dharitri.Com

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ମଧ୍ୟାହ୍ନ ଭୋଜନ ରୋଷେଇବେଳେ ସ୍କୁଲରେ ଘଟିଲା ଅଘଟଣ: ପ୍ରେସର କୁକର ଫାଟି…

ଆଠଗଡ଼,୩୦।୧: ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇବେଳେ ଘଟିଲା ଅଘଟଣ। ଗୋବିନ୍ଦ ମାଧବପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ରୋଷେଇ ସମୟରେ ପ୍ରେସର କୁକର ଫାଟି ୨ ପାଚିକା…

ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର: ଜାଣନ୍ତୁ କେତେ ବୟସ ହୋଇଥିବା ଆବଶ୍ୟକ

ଭୁବନେଶ୍ୱର,୩୦।୧: ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର। ୬୦ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ। ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ଗ୍ରାମବାସୀଙ୍କୁ ମିଳୁନି ପାଣି, ନିଆଁ ଜାଳି କଲେ ରାସ୍ତାରୋକୋ

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗାଁରେ ଦୀର୍ଘଦିନ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି। ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟଜଳ…

ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର…

ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ର ହୋଇପାରେ ପୁନଃବିଚାର

ଭୁବନେଶ୍ୱର,୩୦ା୧: ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ ଉପରେ ଆସନ୍ତା ଅଧିବେଶନରେ ପୁନଃବିଚାର ହୋଇପାରେ। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ। ସେ କହିଛନ୍ତି, ପୁନଃବିଚାର…

ପୋଡ଼ାମାରି ବନବିଭାଗର ରାତିଅଧିଆ ଚଢାଉ, ବିପୁଳ ପରିଣାମର…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ରୂପକ କୁମାର ପ୍ରଧାନ ସଦଳବଳେ ରେଡ୍ କରି ବିପୁଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri