Posted inଜାତୀୟ

ଶ୍ୱେତପତ୍ରକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କଲେ ମୋଦି

ନୂଆଦିଲ୍ଲୀ,୮ା୨: ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନରେ ମୋଦି ସରକାର ଗୁରୁବାର କଂଗ୍ରେସର ୧୦ ବର୍ଷ କାର୍ଯ୍ୟକାଳ ବିରୋଧରେ ଏକ ଶ୍ୱେତପତ୍ର ଆଣିବା ପାଇଁ ରୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ବରିଷ୍ଠ ମନ୍ତ୍ରୀଙ୍କ ସହ ଏହି ବୈଠକ କରିଛନ୍ତି। ଯେଉଁଥିରେ ରାଜନାଥ ସିଂ, ପ୍ରହ୍ଲାଦ ଯୋଶୀଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଅଛନ୍ତି। ଏହି ବୈଠକ କେବଳ ଶ୍ୱେତପତ୍ର ପ୍ରସଙ୍ଗକୁ ନେଇ ଅନୁଷ୍ଠିତ ହୋଇଛି। ଯାହା ମଧ୍ୟାହ୍ନ ପରେ ପାର୍ଲାମେଣ୍ଟରେ ଉପସ୍ଥାପିତ ହେବ।

୨୦୧୪ ପୂର୍ବରୁ ଅର୍ଥନୀତିର ‘ଅବ୍ୟବସ୍ଥା’ ସମ୍ପର୍କରେ ମୋଦି ସରକାର ଆଜି ଅପରାହ୍ନରେ ପାର୍ଲାମେଣ୍ଟରେ ଏକ ଶ୍ୱେତପତ୍ର ଉପସ୍ଥାପନ କରିବେ ବୋଲି ବିଶ୍ୱାସ ରହିଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ସରକାର ଗଠନ କରାଯାଇଥିଲା। ଏହାପୂର୍ବରୁ, ମନମୋହନ ସିଂଙ୍କ ନେତୃତ୍ୱରେ କ୍ରମାଗତ ୧୦ ବର୍ଷ ଅର୍ଥାତ୍‌ ୨୦୦୪-୧୪ ପର୍ଯ୍ୟନ୍ତ ଏକ ସରକାର ଥିଲା। ମୋଦି ସରକାରଙ୍କ ଦ୍ୱିତୀୟ ପାଳି କାର୍ଯ୍ୟକାଳ ମଧ୍ୟ ଶୀଘ୍ର ଶେଷ ହେବାକୁ ଯାଉଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ୨୦୨୪-୨୫ ବର୍ଷର ମଧ୍ୟବର୍ତ୍ତୀ ବଜେଟ୍‌ ଉପସ୍ଥାପନ କରୁଥିବା ବେଳେ ଏହି ଅବ୍ୟବସ୍ଥା ଉପରେ ଏକ ଶ୍ୱେତପତ୍ର ସମ୍ପର୍କରେ ସୂଚନା ଦେଇଛନ୍ତି। ନିର୍ମଳା ସୀତାରମଣ କହିଛନ୍ତି, ‘ସରକାର ଅର୍ଥନୀତି ଉପରେ ଏକ ଶ୍ୱେତପତ୍ର ଉପସ୍ଥାପନ କରିବେ। ଯାହା ଦ୍ୱାରା ୨୦୧୪ ପର୍ଯ୍ୟନ୍ତ ଆମେ କେଉଁଠାରେ ଥିଲୁ ଏବଂ ବର୍ତ୍ତମାନ ଆମେ କେଉଁଠାରେ ଅଛୁ ତାହା ଜାଣିହେବ। ଏହି ଶ୍ୱେତପତ୍ରର ଉଦ୍ଦେଶ୍ୟ ହେଉଛି ସେହି ବର୍ଷଗୁଡିକର ପରିଚାଳନାଗତ କାର୍ଯ୍ୟରୁ ଶିକ୍ଷା ଗ୍ରହଣ କରିବା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। Dharitri – Odisha’s No.1 Odia Daily

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

ଛତ୍ରପୁରରେ ଭୟଙ୍କର ଗ୍ୟାସ୍‌ ସଙ୍କଟ: ସିଲିଣ୍ଡର ନେବାକୁ ଉପଭୋକ୍ତାଙ୍କ ଲମ୍ବା ଲାଇନ୍‌

ଛତ୍ରପୁର,୧୬ା୩(ଦିଲ୍ଲୀ ସାମଲ): ଗ୍ୟାସ୍‌ ବୁକିଂ ନମ୍ବର ଲାଗୁନାହିଁ, ପୂର୍ବରୁ ବୁକିଂ ଥିଲେ ବିଳମ୍ବ ହେଉଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବ ମଧ୍ୟରେ ମୁଣ୍ଡ ଟେକିଛି ବଡ଼ ଧରଣର ଶକ୍ତି…

ଖୁସିଖବର: ଯୁଦ୍ଧ ମଧ୍ୟରେ ଭାରତରେ ପହଞ୍ଚିଲା ଏତେ ମେଟ୍ରିକ ଟନ୍‌ ଗ୍ୟାସ, ଏବେ କମିଯିବ…

ନୂଆଦିଲ୍ଲୀ,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅନେକ ଦେଶର ଜାହାଜ ହର୍ମୁଜ ପ୍ରଣାଳୀ ପାର୍‌ କରିପାରିନଥିଲେ, କିନ୍ତୁ ଦୁଇଟି ଭାରତୀୟ ଜାହାଜକୁ ଅନୁମତି…

ଦିଗପହଣ୍ଡି ପୋଲିସକୁ ସଫଳତା, ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ…

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସୁନାରି ସାହିର ପ୍ରଦୀପ କୁମାର ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri