ଡିସେମ୍ବରରେ ମୋଦି-ହାସିନା ଭର୍ଚୁଆଲ୍‌ ବୈଠକ

ନୂଆଦିଲ୍ଲୀ/ଢାକା, ୧୯।୧୦: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଳାଦେଶ ପ୍ରତିପକ୍ଷ ଶେଖ୍‌ ହାସିନାଙ୍କ ମଧ୍ୟରେ ଡିସେମ୍ବରରେ ଭର୍ଚୁଆଲ୍‌ ବୈଠକ ଅନୁଷ୍ଠିତ ହେବ। ଏହା ଡିସେମ୍ବର ୧୬ ଅବା ୧୭ରେ ହେବାର ସମ୍ଭାବନା ରହିଛି। ଏସମ୍ପର୍କରେ ବାଂଲାଦେଶ ବହିର୍ବ୍ୟାପାର ମନ୍ତ୍ରୀ ଏ.କେ. ଅବଦୁଲ୍‌ ମୋମେନ୍‌ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ସହିତ କେତେକ ସମସ୍ୟା ଉପରେ ମଧ୍ୟ ମୋଦି-ହାସିନା ଆଲୋଚନା କରିବେ ବୋଲି ସେ କହିଛନ୍ତି।

Share