ଭାରତ-ରୁଷିଆ ସମ୍ପର୍କର ଗ୍ୟାରେଣ୍ଟର ମୋଦି: ପୁଟିନ…

ମସ୍କୋ,୯।୧୨: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ପୁଟିନ ତାଙ୍କ ନୀତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ମୋଦିଙ୍କୁ ରୁଷିଆ-ଭାରତ ସମ୍ପର୍କର ମୁଖ୍ୟ ଗ୍ୟାରେଣ୍ଟର ବୋଲି ବର୍ଣ୍ଣନା କରିଛନ୍ତି।

ଭାରତର ଜାତୀୟ ସ୍ବାର୍ଥ ରକ୍ଷା ପାଇଁ ସେ ମୋଦିଙ୍କୁ ପ୍ରଶଂସା କରିଥିଲେ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଗ୍ରହଣ କରିଥିବା ନୀତି ହେଉଛି ମୁଖ୍ୟ ଗ୍ୟାରେଣ୍ଟର। ଯାହାଦ୍ୱାରା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଧୀରେ ଧୀରେ ବିକାଶ ହେଉଛି ।

ରୁଷିଆ କଲିଂ କାର୍ଯ୍ୟକ୍ରମ ସମୟରେ ପୁଟିନ ଏହି ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ମୋଦିଙ୍କୁ ଭୟଭୀତ, ଧମକ ଦିଆଯାଇପାରିବ ନାହିଁ କିମ୍ବା କୌଣସି କାର୍ଯ୍ୟ, ପଦକ୍ଷେପ, ନିଷ୍ପତ୍ତି କରିବାକୁ ବାଧ୍ୟ କରାଯାଇପାରିବ ନାହିଁ, ଯାହା ଭାରତ ଏବଂ ଭାରତୀୟଙ୍କ ଜାତୀୟ ସ୍ବାର୍ଥ ବିରୁଦ୍ଧ ଅଟେ। ସେ କହିଛନ୍ତି ରୁଷିଆ ଏବଂ ଭାରତ ମଧ୍ୟରେ ସମ୍ପର୍କ ସବୁ କ୍ଷେତ୍ରରେ ବିକଶିତ ହେଉଛି।

ସେ ଆହୁରି ମଧ୍ୟ କହିଛନ୍ତି ମୁଁ ବାହାରୁ କ’ଣ ଘଟୁଛି ଦେଖୁଛି ଏବଂ ଖୋଲାଖୋଲି ଭାବେ ଭାରତର ଜାତୀୟ ସ୍ବାର୍ଥ ରକ୍ଷା ପାଇଁ ସେମାନଙ୍କ କଠୋର ଆଭିମୁଖ୍ୟ ମୋତେ ଆଶ୍ଚର୍ଯ୍ୟ କରିଛି।

 

Share