ଆଣବିକ ଶକ୍ତି, ପମ୍ପ୍‌ଡ ଷ୍ଟୋରେଜ୍‌, ଥର୍ମାଲ ପ୍ଲାଣ୍ଟକୁ ଗୁରୁତ୍ୱ ଦେଲେ ମୋଦି ସରକାର

ନୂଆଦିଲ୍ଲୀ,୨୪।୦୭: ଭାରତର ଶକ୍ତି ପରିବର୍ତ୍ତନ ଯୋଜନାରେ କ୍ଷୁଦ୍ର ମଡ୍ୟୁଲାର ଆଣବିକ ରିଆକ୍ଟର (ଏସ୍‌ଏମ୍‌ଆର୍‌), ପମ୍ପ୍‌ଡ ଷ୍ଟୋରେଜ ପ୍ରୋଜେକ୍ଟ ଏବଂ ଅଧିକ ଦକ୍ଷ ଥର୍ମାଲ ପ୍ଲାଣ୍ଟଗୁଡ଼ିକର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ସରକାର ଘରୋଇ କମ୍ପାନୀଗୁଡ଼ିକ ସହାୟତାରେ ଏସ୍‌ଏମ୍‌ଆର୍‌ଗୁଡ଼ିକର ବିକାଶ କରିବେ। ଆଣବିକ ଶକ୍ତି ଶେୟାର ବଢ଼ାଇବା ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତି ଉପରେ ଗବେଷଣା କରାଯିବ। ଉତ୍ସର୍ଜନ ଲକ୍ଷ୍ୟ ହାସଲ ଲାଗି ସରକାର ଶକ୍ତି ଦକ୍ଷତା ଉପରେ ଫୋକସ୍‌ କରୁଛନ୍ତି। ସେଥିପାଇଁ ଶିପିଙ୍ଗ୍‌, ବେସାମରିକ ବିମାନ ଚଳାଚଳ, ଲୁହା ଓ ଇସ୍ପାତ, ରସାୟନ ଆଦି ସେକ୍ଟରରେ ଉତ୍ସର୍ଜନ କମାଇବା ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ବିକଶିତ ଭାରତ ପାଇଁ ଆଣବିକ ଶକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଲକ୍ଷ୍ୟ ହାସଲ ନିମନ୍ତେ ସରକାର ଘରୋଇ କମ୍ପାନୀଗୁଡ଼ିକର ସହଭାଗିତାରେ ଭାରତ କ୍ଷୁଦ୍ର ରିଆକ୍ଟର ସ୍ଥାପନ କରିବା ସହ ଏଥିପାଇଁ ଆବଶ୍ୟକ ନୂତନ ପ୍ରଯୁକ୍ତି ନିମନ୍ତେ ଗବେଷଣା ଓ ବିକାଶ କରିବେ। ଏହି ଏସ୍‌ଏମ୍‌ଆର୍‌ଗୁଡ଼ିକର କ୍ଷମତା ୩୦୦ ମେଗାଓ୍ବାଟ୍‌ ବା ତା’ଠାରୁ କମ୍‌ ହେବ। ଉକ୍ତ ଫ୍ୟାକ୍ଟ୍ରି-ଫାବ୍ରିକେଟେଡ୍‌ ରିଆକ୍ଟରଗୁଡ଼ିକୁ ଟ୍ରକ୍‌ କିମ୍ବା ଟ୍ରେନ୍‌ରେ ଆଣବିକ ଶକ୍ତି ପ୍ରକଳ୍ପ ସ୍ଥଳକୁ ପରିବହନ କରାଯାଇପାରିବ। ସେଗୁଡ଼ିକର ମିଳିତ ଉତ୍ପାଦନ ଦ୍ୱାରା ଅଧିକ ଶକ୍ତି ହାସଲ କରାଯାଇପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ପମ୍ପ୍‌ଡ-ଷ୍ଟୋରେଜ୍‌ ପ୍ରୋଜେକ୍ଟରେ ଦୁଇଟି ରିଜର୍ଭୟର ଯଥାକ୍ରମେ ଗୋଟିଏ ପାହାଡ଼ ଉପରେ ଓ ଅନ୍ୟଟି ତଳେ ରହିବ। ଅତିରିକ୍ତ ବିଦ୍ୟୁତ୍‌କୁ ବ୍ୟବହାର କରାଯାଇ ପାଣିକୁ ପାହାଡ଼ ଉପରକୁ ପମ୍ପ କରାଯାଇ ସେଠାରେ ଥିବା ରିଜର୍ଭୟରରେ ଗଚ୍ଛିତ ରଖାଯିବ। ଯେତେବେଳେ ବିଦ୍ୟୁତ୍‌ ଚାହିଦା ବଢ଼ିଯିବ, ସେତେବେଳେ ଉକ୍ତ ଜଳକୁ ତଳ ରିଜର୍ଭୟରକୁ ଛଡ଼ାଯାଇ ବିଦ୍ୟୁତ୍‌ ଉତ୍ପାଦନ କରାଯିବ।

ଅତ୍ୟାଧୁନିକ ଅଲ୍‌ଟ୍ରାସୁପର କ୍ରିଟିକାଲ ଥର୍ମାଲ ପାଓ୍ବାର ପ୍ଲାଣ୍ଟ ପାଇଁ ସ୍ବଦେଶୀ ପ୍ରଯୁକ୍ତିର ବିକାଶ ହୋଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଘୋଷଣା କରିଛନ୍ତି। ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି) ଏବଂ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିଃ (ଭେଲ୍‌)ର ମିଳିତ ଉଦ୍ୟୋଗ ଏୟୁଏସ୍‌ସି ପ୍ରଯୁକ୍ତି ବ୍ୟବହାରରେ ୮୦୦ ମେଗାଓ୍ବାଟ ବ୍ୟବସାୟିକ ପ୍ଲାଣ୍ଟ ସ୍ଥାପନ କରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri