Posted inଜାତୀୟ

ମହାମାରୀ ପରେ ମୋଦିଙ୍କ ଉପରେ ବଢ଼ିଛି ବିଶ୍ୱାସ: ସର୍ଭେ

ନୂଆଦିଲ୍ଲୀ,୩୦।୫: ମୋଦି ସରକାରଙ୍କ ୮ ବର୍ଷ ପୂରଣ ଅବସରରେ ସୋମବାର ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ କରୋନା ମହାମାରୀ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜନସାଧାରଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ଏବଂ ତାଙ୍କର ଅନୁମୋଦନ ମୂଲ୍ୟାୟନ ମଧ୍ୟ ବୃଦ୍ଧି ପାଇଛି ବୋଲି ଉଲ୍ଲେଖ ରହିଛି। ଲୋକାଲ ସର୍କଲ୍ସ ଦ୍ୱାରା କରାଯାଇଥିବା ୬୪ ହଜାର ଲୋକଙ୍କ ଉପରେ ହୋଇଥିବା ଏକ ସର୍ଭେରେ ୬୭ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ, ମୋଦି ସରକାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାଳରେ ଜନତାଙ୍କ ଆଶା ପୂରଣ କରିଛନ୍ତି। ଆଉ କେତେକ ଲୋକ ବିଶ୍ୱାସ କରନ୍ତି ଯେ, ମୋଦିଙ୍କ ଦ୍ୱିିତୀୟ କାର୍ଯ୍ୟକାଳରେ ପ୍ରଦର୍ଶନ ଆଶାଠାରୁ ମଧ୍ୟ ଅଧିକ ଭଲ। ଗତ ବର୍ଷ ଏହା ୫୧ ପ୍ରତିଶତ ଥିଲା ବେଳେ ୨୦୨୦ରେ ଏହା ୬୨ ପ୍ରତିଶତ ରହିଥିଲା। ତେବେ ସର୍ଭେରେ ସାମିଲ ହୋଇଥିବା ଲୋକମାନେ କହିଛନ୍ତି, କୋଭିଡ-୧୯ ସଂକ୍ରମଣର ତୃତୀୟ ଲହର ସହ ମୁକାବିଲା କରିବା କ୍ଷେତ୍ରରେ ସରକାର ଅଧିକ ପାରଙ୍ଗମ ହେବା ସହ ଅର୍ଥନୀତିକୁ ସଫଳତାର ସହ ପରିଚାଳନା କରିଛନ୍ତି। ତଥାପି ବର୍ଷ ଆରମ୍ଭରୁ ପ୍ରାୟ ୭ପ୍ରତିଶତ ଲୋକଙ୍କୁ ବେକାରୀ ସମସ୍ୟା ଚିନ୍ତିତ କରିଛି। ଏଥିରେ ୪୭ପ୍ରତିଶତ ଲୋକଙ୍କ କହିବା କଥା ସରକାର ଏହି ପ୍ରସଙ୍ଗକୁ ସମାଧାନ କରିବାରେ ସକ୍ଷମ ନୁହଁନ୍ତି। ଅନ୍ୟପଟେ ୩୭ପ୍ରତିଶତ ଲୋକ ବିଶ୍ୱାସ କରୁଛନ୍ତି ଯେ, ସରକାର ବେକାରୀ ସମସ୍ୟାକୁ ନିୟନ୍ତ୍ରଣ କରିବାରେ କିଛି ମାତ୍ରାରେ ସଫଳ ହୋଇଛନ୍ତି। ଏହା ୨୦୨୧ରେ ୨୭ପ୍ରତିଶତ ଏବଂ ୨୦୨୦ରେ ୨୯ ପ୍ରତିଶତ ବୃଦ୍ଧି ହୋଇଛି। ଗୋଟିଏ ସମୟ ଥିଲା, ଯେତେବେଳେ ଦେଶରେ କରୋନା ଏବଂ ଲକ୍‌ଡାଉନ ରହିଥିଲା। ଏହି ସମୟରେ ପ୍ରବାସୀ ଶ୍ରମିକମାନେ ସହରରେ ନିଜର ଚାକିରି ହରାଇଥିଲେ। ଯଦିଓ ଗ୍ରାମାଞ୍ଚଳର ନିଯୁକ୍ତି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କୁ ବହୁତ ସାହାଯ୍ୟ ମିଳିଥିଲା। କିନ୍ତୁ ଅନେକ ଲୋକ ବେରୋଜଗାର ହୋଇଥିଲେ। ସେହିପରି ସର୍ଭେରେ ୭୩ ପ୍ରତିଶତ ଭାରତୀୟଙ୍କ କହିବା କଥା, ଗତ ତିନିବର୍ଷ ମଧ୍ୟରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇନାହିଁ। ତେବେ ଏହି ସର୍ଭେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲସ୍‌ ପଏଣ୍ଟ। ଯାହା ୨୦୨୪ରେ ହେବାକୁ ଥିବା ନିର୍ବାଚନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri