Posted inଜାତୀୟ

ମୋଦି ସରକାରଙ୍କ ବଡ ଆକ୍ସନ, ଆଉ ଭାରତ ପାଣିରେ ମଉଜ କରିପାରିବନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧୮।୯: ପାକିସ୍ତାନ ବର୍ଷ ବର୍ଷ ଧରି ଭାରତୀୟ ଜଳକୁ ଉପଭୋଗ କରିଆସୁଥିଲା, କିନ୍ତୁ ବର୍ତ୍ତମାନ ଏହି ଦିନ ପରିବର୍ତ୍ତନ ହେବାକୁ ଯାଉଛି। ଭାରତ ସରକାର ପାକିସ୍ତାନକୁ ଏକ ନୋଟିସ ପଠାଇ ଜଳ ଚୁକ୍ତିରେ ପରିବର୍ତ୍ତନ ଆଣିବାକୁ ଦାବି କରିଛନ୍ତି। ସରକାରଙ୍କ ସହ ଜଡିତ ଶୀର୍ଷ ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦିଆଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଆଜିର ପରିସ୍ଥିତିରେ ସମାନ ଚୁକ୍ତିନାମା ବଜାୟ ରଖିବା ସମ୍ଭବ ନୁହେଁ, ତେଣୁ ଏହାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି।

ଭାରତ ମଧ୍ୟ ଏହାର ବିଜ୍ଞପ୍ତିରେ କହିଛି ଯେ ୧୯୬୦ରେ ଆରମ୍ଭ ହେବା ଦିନଠାରୁ ଏକପାଖିଆ ଜଳ ଚୁକ୍ତି ହୋଇଆସୁଛି ଏବଂ ଏହି ଚୁକ୍ତିନାମାର ବିଭିନ୍ନ ଆର୍ଟିକିଲକୁ ବାସ୍ତବିକ ମୂଲ୍ୟାଙ୍କନ କରିବାର ଆବଶ୍ୟକତା ରହିଛି।
ଅଗଷ୍ଟ ୩୦ରେ ଭାରତ ଏହି ବିଜ୍ଞପ୍ତି ପଠାଇଥିଲା ଯାହା ବର୍ତ୍ତମାନ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ ସିନ୍ଧୁ ନଦୀ ଜଳର ବ୍ୟବହାର ଏବଂ ଜନସଂଖ୍ୟା ବଦଳୁଛି। ଏହି ସମୟରେ, ଭାରତ ସ୍ବଚ୍ଛ ଶକ୍ତି ଆଡକୁ ଗତି କରୁଛି ଏବଂ ଏଭଳି ପରିସ୍ଥିତିରେ ଆମେ ଚୁକ୍ତିରେ ପରିବର୍ତ୍ତନକୁ ବିଚାର କରିବା ଉଚିତ।
ଏହି ବିଜ୍ଞପ୍ତିରେ ଭାରତ ପାକିସ୍ତାନର କ୍ରମାଗତ ଆତଙ୍କବାଦୀ କାର୍ଯ୍ୟକଳାପ ବିଷୟରେ ମଧ୍ୟ କହିଛି ଏବଂ କହିଛି ଯେ ପାକିସ୍ତାନ ଭାରତର ଉଦାରତାର ଅନୁଚିତ ଲାଭ ଉଠାଉଛି, ଏବଂ ଏଭଳି ପରିସ୍ଥିତିରେ ଏହି ଚୁକ୍ତିନାମାକୁ ପୁନର୍ବାର ଚିନ୍ତା କରିବାର ଆବଶ୍ୟକତା ରହିଛି।
ସେପ୍ଟେମ୍ବର ୧୯, ୧୯୬୦ରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଏଥିରେ ସିନ୍ଧୁ ନଦୀରେ ଯୋଗ ଦେଇଥିବା ଉପନଦୀର ଜଳ ବଣ୍ଟନ ଏବଂ ଏହାର ଉପଯୁକ୍ତ ବ୍ୟବହାର ସମ୍ବନ୍ଧରେ ନିୟମ ପ୍ରଣୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁପି ମର୍ମନ୍ତୁଦ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମିର୍ଜାପୁର,୪ା୧୦: ଉତ୍ତରପ୍ରଦେଶର ମିର୍ଜାପୁରରେ  ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟରକୁ ଟ୍ରକ୍‌ ଧକ୍କା ଦେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୩ ଜଣ...

ଲଗେଜ୍‌ ହଜାଇ ଦେଲେ ଅନୁଷ୍କା ଶଙ୍କର: ସହାର୍ଯ୍ୟ ପାଇଁ କରିଥିଲେ…

ନୂଆଦିଲ୍ଲୀ,୪ା୧୦: ଖ୍ୟାତନାମା ସିତାର ବାଦକ ଅନୁଷ୍କା ଶଙ୍କର ଜର୍ମାନୀର ବର୍ଲିନ୍‌ରେ ତାଙ୍କ ଲଗେଜ୍‌ ହଜାଇ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ଦେଖାଯାଇଥିଲା, ଯାହା ଅନେକ ସୋସିଆଲ...

ମହାରାଷ୍ଟ୍ରରେ ଯୁବତୀଙ୍କୁ ଗଣବଳାତ୍କାର

ପୁଣେ,୪ା୧୦: ମହାରାଷ୍ଟ୍ରର ପୁଣେରେ ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ୩ ଜଣ ଯୁବକ ଗଣବଳାତ୍କାର କରିଛନ୍ତି। ଯୁବତୀ ଜଣକ ତାଙ୍କର ବନ୍ଧୁଙ୍କ ସହ ବୋପଦେବ ଘାଟ...

ବଡ଼ଧରଣର ଏନ୍‌କାଉଣ୍ଟର: ଗଡ଼ିଲା ଗୋଟିଏ ପରେ ଗୋଟିଏ ମାଓବାଦୀଙ୍କ ମୁଣ୍ଡ

ଦାନ୍ତଓ୍ବୋଡ଼ା,୪।୧୦: ଓଡ଼ିଶା ସିମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାରେ ଶୁକ୍ରବାର ସୁରକ୍ଷା କର୍ମୀଙ୍କୁ ଏକ ବଡ଼ଧରଣର ସଫଳତା ମିଳିଛି। ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ୩୬ଜଣ ମାଓବାଦୀ ନିହତ ହୋଇଥିବା...

ଏନସିପିର ଏକମାତ୍ର ବିଧାୟକ ଏବେ ଭାଜପାରେ

ରାଞ୍ଚି,୪।୧୦: ଝାଡ଼ଖଣ୍ଡ ଏନସିପି (ଅଜିତ ପାୱାର) ବିଧାୟକ ତଥା ଦଳର ରାଜ୍ୟ ସଭାପତି କମଲେଶ କୁମାର ସିଂ ଶୁକ୍ରବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।...

ବଡ଼ ଭବିଷ୍ୟବାଣୀ: ମୁଖ୍ୟମନ୍ତ୍ରୀ ନୁହେଁ ପ୍ରଧାନମନ୍ତ୍ରୀ ହେବେ ପ୍ରଶାନ୍ତ କିଶୋର

ରୋହତାସ,୪।୧୦: ନିର୍ବାଚନ ରାଜନୀତିର ଚାଣକ୍ୟ ଭାବେ ବିବେଚିତ ପ୍ରଶାନ୍ତ କିଶୋର ଜନ ସୁରାଜ ନାମକ ଏକ ଦଳ ଘୋଷଣା କରିଛନ୍ତି। ପିକେଙ୍କ ଏହି ନିଷ୍ପତ୍ତିକୁ ନେଇ...

ନୀତୀଶ କୁମାରଙ୍କ ବଡ଼ ଘୋଷଣା: ବିଜୟା ଦଶମୀ ପୂର୍ବରୁ…

ପାଟନା,୪।୧୦: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ବନ୍ୟା ପୀଡିତଙ୍କୁ ପ୍ରତ୍ୟେକଙ୍କୁ ୭ ହଜାର ଟଙ୍କା ଦିଆଯିବ। ଶୁକ୍ରବାର ଅପରାହ୍ନରେ...

୫ ହଜାର ନୁହେଁ ମହିଳାଙ୍କ ଖାତାକୁ ଯିବ ୫୦ହଜାର ଟଙ୍କା, ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ସରକାର ମହିଳାଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି। ଏହା ଅଧୀନରେ କେନ୍ଦ୍ର ସରକାର ମହିଳା ସଶକ୍ତିକରଣ ଲକ୍ଷ୍ୟରେ ଆଉ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri