Categories: ଜାତୀୟ

ସରକାରୀ ବାବୁଙ୍କ କାମର ସମୀକ୍ଷା କରିବେ ମୋଦି ସରକାର…

ନୂଆଦିଲ୍ଲୀ,୨୭।୭: ଏଣିକି ସରକାରୀ ବାବୁଙ୍କ କାମର ସମୀକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ପକ୍ଷରୁ କରାଯିବ। ଖରାପ ପ୍ରଦର୍ଶନ କରିଥିବା ସରକାରୀ ବାବୁଙ୍କୁ ସମୟ ପୂର୍ବରୁ ଅବସର ପ୍ରଦାନ କରାଯିବ। କେନ୍ଦ୍ରୀୟ କର୍ମଚାରୀ ଏବଂ ୫୦ ବର୍ଷ ପାର୍‌ କରିଥିବା ସରକାରୀ ବାବୁଙ୍କ କାମର ସମୀକ୍ଷା କରାଯିବାକୁ ଯୋଜନା ହୋଇଛି। ପୂର୍ବରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଫଳରେ ଟ୍ୟାକ୍ସ୍‌ ବିଭାଗର ବହୁ ସରକାରୀ ବାବୁଙ୍କୁ ସମୟ ପୂର୍ବରୁ ଅବସର ପ୍ରଦାନ କରାଯାଇଥିଲା। ଏବେ ସରକାର ପୁଣି ଏଭଳି କରିବାକୁ ଯାଉଊଛନ୍ତି। ଏନେଇ ସରକାରୀ ବାବୁଙ୍କ ମଧ୍ୟରେ ଏବେ ଭାଳେଣି ପଡ଼ିଛି। କାହା ଉପରେ ସରକାରୀ ଖଣ୍ଡାର ଚୋଟ ପଡ଼ିବ ସେ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ସରକାରୀ ବାବୁଙ୍କ ଛୁଟି ଦିନ ସଂଖ୍ୟା, ସମ୍ପତ୍ତି ଅବା ଟଙ୍କା କାରବାରରେ ସନ୍ଦେହ, ମେଡ଼ିକାଲ ହେଲଥ୍‌ ଆଦି ମାନଦଣ୍ଡ ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

Share