କ୍ରୀଡ଼ା ପାଇଁ ପ୍ରବଳ ଟଙ୍କା ଅଜାଡି ଦେଲେ ମୋଦି ସରକାର

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବୁଧବାର ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। କ୍ରୀଡା ବଜେଟରେ ଏଥର ମଧ୍ୟ ଏକ ବମ୍ପର ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ପାଇଁ ୩୩୯୭.୩୨ କୋଟି ଟଙ୍କା ବଜେଟ ଉପସ୍ଥାପନ କରିଛନ୍ତି, ଯାହା ଗତ ବର୍ଷର ବଜେଟ ତୁଳନାରେ ୭୨୩.୯୭ କୋଟି ଟଙ୍କା ଅଧିକ।
ଗତ କିଛିବର୍ଷ ମଧ୍ୟରେ ଭାରତୀୟ ଆଥଲେଟ୍‌ମାନେ ସମଗ୍ର ବିଶ୍ୱରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଲିମ୍ପିକ୍ସ ହେଉ କିମ୍ବା କମନୱେଲଥ ଗେମ୍ସ ହେଉ, ଭାରତର ପଦକ ସଂଖ୍ୟା ବୃଦ୍ଧି ପାଇଛ। କ୍ରୀଡା ଏବଂ କ୍ରୀଡ଼ାବିତ୍‌ଙ୍କ ପାଇଁ କେନ୍ଦ୍ର ସରକାର ଯେଉଁ ଖର୍ଚ୍ଚ କରୁଛନ୍ତି ତାହା ଏଥିରେ ବିଶେଷ ଅବଦାନ ରଖିଛି। ଏହି କାରଣରୁ ଚଳିତ ବର୍ଷ କ୍ରୀଡା ବଜେଟରେ ବୃଦ୍ଧି ଘଟିଛି। ଗତ ବର୍ଷ ମଧ୍ୟ କ୍ରୀଡା ବଜେଟରେ ୪୨୩.୧୬ କୋଟି ଟଙ୍କା ବୃଦ୍ଧି ଘଟିଥିଲା।

Share