Posted inଜାତୀୟ

ମୋଦି ସରକାର ଦେଶର ଯୁବବର୍ଗଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି, କହିଲେ ରାହୁଲ…

ଉଦୟପୁର, ୧୫।୫ : ରାଜସ୍ଥାନର ଉଦୟପୁରରେ ଚାଲିଥିବା କଂଗ୍ରେସର ଚିନ୍ତନ ଶିବିରର ତୃତୀୟ ଦିନରେ ରାହୁଲ ଗାନ୍ଧୀ କେନ୍ଦ୍ରର ଭାଜପା ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଭାଜପାରେ ଏସ୍‌ସି/ଏସ୍‌ଟିମାନେ ଅପମାନିତ ହୋଇଛନ୍ତି। ସେଠାରେ ତାଙ୍କ କଥା କେହି ଶୁଣନ୍ତି ନାହିଁ। କଂଗ୍ରେସ ହେଉଛି ଏକମାତ୍ର ଦଳ ଯେଉଁଠାରେ ସମସ୍ତେ ଭୟ ନକରି ନିଜର ସମସ୍ୟା କହିବାର ସୁଯୋଗ ପାଆନ୍ତି। ଦଳର ସମସ୍ତଙ୍କୁ ଏହି ଅଧିକାର ଦିଆଯାଇଛି।

ରାହୁଲ କହିଛନ୍ତି, କିଛି ଚିନ୍ତା ନକରି ଆମେ ଲୋକମାନଙ୍କ ମଧ୍ୟରେ ବସି ସେମାନଙ୍କ ସମସ୍ୟା ବୁଝିବା ଉଚିତ୍‌। ଜନସାଧାରଣଙ୍କ ସହ ଆମର ସଂଯୋଗ ପୁଣିଥରେ ସ୍ଥାପିତ କରିବାକୁ ପଡିବ। ଲୋକମାନେ ଜାଣନ୍ତି ଯେ କେବଳ କଂଗ୍ରେସ ଦଳ ଦେଶକୁ ଆଗକୁ ନେଇପାରିବ।

ସେ କହିଛନ୍ତି ଯେ ଅକ୍ଟୋବର ମାସରେ ସମଗ୍ର ଦଳ ଜନସାଧାରଣଙ୍କ ନିକଟକୁ ଯାଇ ଯାତ୍ରା ଆରମ୍ଭ କରିବ ବୋଲି କଂଗ୍ରେସ ନିଷ୍ପତ୍ତି ନେଇଛି। କଂଗ୍ରେସର ଜନସାଧାରଣଙ୍କ ସହ ଥିବା ସମ୍ପର୍କ ପୁଣି ଯୋଡ଼ି ହେବ। ଶର୍ଟକଟ ଦ୍ୱାରା ଏହା ଘଟିବ ନାହିଁ ଏବଂ ଏହି କାମ କେବଳ କର୍ମୀଙ୍କ ଝାଳ ବୋହିବା ଦ୍ୱାରା କରାଯାଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଭାରତର ଯୁବବର୍ଗଙ୍କ ଭବିଷ୍ୟତକୁ ନଷ୍ଟ କରୁଛନ୍ତି।

ଗୋଟିଏ ପଟେ ବେକାରୀ ଏବଂ ଅନ୍ୟ ପଟେ ମୁଦ୍ରାସ୍ଫୀତି ବଢ଼ିଚାଲିଛି। ୟୁକ୍ରେନରେ ଏକ ଯୁଦ୍ଧ ହୋଇଛି, ଏହା ଆଗାମୀ ସମୟରେ ମୁଦ୍ରାସ୍ଫୀତି ଉପରେ ମଧ୍ୟ ପ୍ରଭାବ ପକାଇବ। ଏହାର ସମାଧାନ କରିବା ଆବଶ୍ୟକ। ରାହୁଲ କହିଛନ୍ତି ଯେ ବିମୁଦ୍ରୀକରଣ ଏବଂ ଜିଏସଟି ଆଣି କେନ୍ଦ୍ର ଦେଶର ଏକ ବଡ କ୍ଷତି କରିଛନ୍ତି। ଆଜିର ଯୁଗରେ ଦେଶରେ ଘୃଣା ଏବଂ ହିଂସା ପ୍ରଚାର କରାଯାଉଛି। ଆମର ଲଢ଼େଇ ଏହା ବିରୁଦ୍ଧରେ, ଏହା ଭାଜପାର ଚିନ୍ତାଧାରା ବିରୁଦ୍ଧରେ ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri