Categories: ଜାତୀୟ

ଚାଷୀଙ୍କୁ ମୋଦି ସରକାରଙ୍କ ଉପହାର: ଧାନ ସମେତ ୧୭ ଖରିଫ ଫସଲର ଏମ୍‌ଏସ୍‌ପି ବୃଦ୍ଧି

ନୂଆଦିଲ୍ଲୀ,୮।୬: ଦେଶରେ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ସରକାର ୨୦୨୨-୨୩ ବର୍ଷ ଲାଗି ୧୭ ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ(ଏମ୍‌ଏସ୍‌ପି) ବଢ଼ାଇଛନ୍ତି। ଏନେଇ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇ କହିଛନ୍ତି, ୨୦୨୨-୨୩ ବର୍ଷ ପାଇଁ ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୧୦୦ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଫଳରେ କୁଇଣ୍ଟାଲ ପିଛା ଧାନ ଦର ଏବେ ୨୦୪୦ ଟଙ୍କା ହୋଇଛି।

Share