ନୂଆଦିଲ୍ଲୀ,୧୧ା୫: କଶ୍ମୀରକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯଦି ଆତଙ୍କବାଦୀଙ୍କୁ ଆମ ହାତକୁ ଦେବେ ତେବେ PoK ଭାରତକୁ ଫେରିବା ନେଇ କଥା ହୋଇପାରିବୁ। ଏହା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରିବୁନି ବୋଲି ମୋଦି କହିଛନ୍ତି। ଏଥିସହିତ ମୋଦି ପ୍ରବଳ ରାଗି ଯାଇଛନ୍ତି। ସେ କହିଛନ୍ତି, ଆମେ କାହାର ମଧ୍ୟସ୍ଥତା ଚାହୁଁନୁ କି କାହାର ମଧ୍ୟସ୍ଥତା ମଧ୍ୟ ଆବଶ୍ୟକ କରୁନୁ।
ଗୁଳିର ଜବାବ ଆମେ ଗୋଳାରେ ଦେବୁ। ସରିନି ଅପରେଶନ ସିନ୍ଦୂର, ପାକିସ୍ତାନ ଗୁଳି ଫୁଟାଇଲେ ଆମେ ଗୋଳାରେ ଜବାବ ଦେବୁ। ସେପଟୁ ଗୁଳିମାଡ଼ ହେଲେ ଏପଟୁ ଗୋଳା ବର୍ଷିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏବେ ବି ସାମରିକ ଲକ୍ଷ୍ୟ ପୂରଣ ହୋଇଥିବା କହିଛନ୍ତି ମୋଦି।
‘ଅପରେଶନ ସିନ୍ଦୂର’ରେ ୩ଟି ଲକ୍ଷ୍ୟ ପୂରଣ ହୋଇଛି। ବାହାଓ୍ବଲପୁର, ମୁର୍ଦ୍ଦିକେ, ମୁଜାଫରବାଦ କ୍ୟାମ୍ପ ମାଟିରେ ମିଶିଛି। ରାଜନୈତିକ ଉଦ୍ଦେଶ୍ୟ ମଧ୍ୟ ପୂରଣ ହୋଇଛି ବୋଲି କହିଛନ୍ତି ମୋଦି। ସିନ୍ଧୁ ନଦୀ ଚୁକ୍ତି ସହ ସୀମା ପାର୍ ଆତଙ୍କବାଦ ଜଡ଼ିତ। ସୀମା ପାର୍ ଆତଙ୍କବାଦ ବନ୍ଦ ନ ହେବା ପର୍ଯ୍ୟନ୍ତ ଚୁକ୍ତି ବାତିଲ କାଏମ ରହିବ। ମନୋସ୍ତାତ୍ତ୍ବିକ ବଜୟ ହୋଇଛି। ଘରେ ପଶି ମାରିଛୁ। ସେମାନଙ୍କ ଘରେ ପଶି ମାରିବା ଆମ ପାଇଁ ବଡ଼ ସଫଳତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


