Categories: ଜାତୀୟ

ଜେଏନ୍‌ୟୁରେ ‘ମୋଦି ଗୋ ବ୍ୟାକ୍‌’ ସ୍ଲୋଗାନ୍‌

ନୂଆଦିଲ୍ଲୀ,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଜେଏନ୍‌ୟୁରେ ସ୍ଲୋଗାନ ଦିଆଯାଇଛି। ଗୁରୁବାର ସନ୍ଧ୍ୟା ୬ଟା ୩୦ରେ ମୋଦି ଜେଏନ୍‌ୟୁରେ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମା ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ପୂର୍ବରୁ କ୍ୟାମ୍ପସ୍‌ରେ ‘ମୋଦି ଗୋ ବ୍ୟାକ୍‌’ ସ୍ଲୋଗାନ୍‌ ଆରମ୍ଭ ହୋଇଛି। ଛାତ୍ର ସଂଘ ପକ୍ଷରୁ କ୍ୟାମ୍ପସରେ ପୋଷ୍ଟର ଲଗାଯାଇଛି। ମୋଦି ସରକାର ଶିକ୍ଷା ଏବଂ ଛାତ୍ର ବିରୋଧୀ ବୋଲି ପୋଷ୍ଟରରେ ଲେଖାଯାଇଛି। ସେହିପରି ଶିକ୍ଷା ମନ୍ତ୍ରଣାଳୟକୁ ପୋଷ୍ଟରରେ ଜବାବ ମଗା ଯାଇଛି। ଜେଏନ୍‌ୟୁରେ ଏଭଳି ପୋଷ୍ଟର ଲଗାଯିବା ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share