Categories: ଜାତୀୟ

ସୋମବାର ମୋଦି-ଫ୍ରେର୍ଡିକ୍‌ସେନ୍‌ ଭର୍ଚୁଆଲ୍‌ ବୈଠକ

ନୂଆଦିଲ୍ଲୀ, ୨୭।୯: ଭାରତ ଡେନମାର୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇଁ ସୋମବାର ଏକ ଭର୍ଚୁଆଲ୍‌ ବୈଠକ ଅନୁଷ୍ଟିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେନମାର୍କ ପ୍ରତିପକ୍ଷ ମେଟେ ଫ୍ରେର୍ଡିକ୍‌ସେନ୍‌ଙ୍କ ସହିତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବୈଠକ ଦୁଇଦେଶ ମଧ୍ୟରେ ବ୍ୟବସାୟ ବାଣିଜ୍ୟ, ପାରସ୍ପରିକ ସହଯୋଗ, କରୋନା ମହାମାରୀ ମୁକାବିଲା ଆଦି ଉପରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share