ଯୋଶିହିଡେ ସୁଗା ହେଲେ ଜାପାନର ପ୍ରଧାନମନ୍ତ୍ରୀ: ଶୁଭେଚ୍ଛା ଜଣାଇଲେ ମୋଦି

ଟୋକିଓ,୧୬।୯: ଯୋଶିହିଡେ ସୁଗା ଜାପାନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି। ବୁଧବାର ସୁଗା ଆନୁଷ୍ଠାନିକ ଭାବେ ଜାପାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ସୋମବାର ସେ ଜାପାନର ଶାସକ ଲିବରାଲ ଡେମୋକ୍ରାଟିକ ପାର୍ଟିର ନେତା ଭାବରେ ନିର୍ବାଚିତ ହୋଇଥିଲେ। ସୁଗା ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସ୍ଥାନ ନେବେ। ସେ ଆବେଙ୍କ ସହ ଅତି ନିକଟତର ଏବଂ ୨୦୦୬ ମସିହାରୁ ତାଙ୍କର ସମର୍ଥକ ରହିଆସିଛନ୍ତି। ମୋଦି ଟୁଇଟ କରି ସୁଗାଙ୍କୁ ଶୁଭେଚ୍ଛ ଜଣାଇଛନ୍ତି। ସେ ଟୁଇଟ୍‌ ଯୋଗେ କହିଛନ୍ତି, ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବାରୁ ୟୋଶିହିଡା ସୁଗାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମୁଁ ଆଶା କରୁଛି ଯେ ଦୁଇ ନେତା ମିଳିତ ଭାବେ ଦୁଇ ଦେଶ ମଧ୍ୟରେ ‘ସ୍ପେଶାଲ ଷ୍ଟ୍ରାଟେଜିକ ଏବଂ ଗ୍ଲୋବାଲ ପାର୍ଟନରସିପ’ କୁ ନୂଆ ଉଚ୍ଚତାକୁ ନେଇଯିବେ। ଏହାପୂର୍ବରୁ ସିଞ୍ଜୋ ଆବେ ଜାପାନର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଅସୁସ୍ଥତା ଯୋଗୁ ଆବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ଯାହା ପରେ ସୁଗା ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ।

Share