Posted inଜାତୀୟ

ମୋଦି କଲ୍‌ କରିଥିଲେ, ରିସିଭ୍‌ କଲିନି: ଭିନେଶ

ଚଣ୍ଡିଗଡ଼,୩ା୧୦: ହରିୟାଣା ବିଧାନସଭା ନିର୍ବାଚନରେ ଜୁଲାନା ଆସନରୁ ଲଢ଼ୁଥିବା ଭିନେଶ ଫୋଗଟ୍‌ ଅଲିମ୍ପିକ୍‌ ଫାଇନାଲ୍‌ର ୫୦ ଓମେନ୍ସ ୫୦ କେ.ଜି. ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ଏହାର ମାସକ ପରେ ସେ କୁସ୍ତି କ୍ୟାରିୟରରୁ ଅବସର ଘୋଷଣା କରି ରାଜନୀତିରେ ସାମିଲ ହୋଇଥିଲେ। ହରିୟାଣାରେ ପ୍ରଚାର ଚାଲିଥିବାବେଳେ ଏକ ଓ୍ବେବ୍‌ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ଭିନେଶ କହିଛନ୍ତି, ପ୍ୟାରିସ୍‌ ଅଲିମ୍ପିକ୍‌ରୁ ଅଯୋଗ୍ୟ ଘୋଷିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କଲ୍‌ କରିଥିଲେ। କିନ୍ତୁ ସେ ପ୍ରଧାନମନ୍ତ୍ରୀଙ୍କ କଲ୍‌ ରିସିଭ୍‌ କରିବାକୁ ମନା କରିଦେଇଥିଲେ। କାରଣ ସେ ନିଜ ଭାବାବେଗ ଓ ଉଦ୍ୟମକୁ ରାଜନୈତିକ ଉଦ୍ଦେଶ୍ୟରେ ଶୋଷିତ ହେବାକୁ ଦେବା ପାଇଁ ଚାହିଁ ନ ଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଫିସ (ପିଏମ୍‌ଓ)ରୁ ଫୋନ୍‌ କରିଥିବା ଅଧିକାରୀ ଜଣକ କହିଥିଲେ, ପ୍ରଧାନମନ୍ତ୍ରୀ ଆପଣଙ୍କ ସହ କଥା ହେବାକୁ ଚାହୁଁଛନ୍ତି। କିନ୍ତୁ ବାର୍ତ୍ତାଳାପ ବେଳେ ଆପଣଙ୍କ ସହ ନିଜ ଟିମ୍‌ର କେହି ଉପସ୍ଥିତ ରହିବେ ନାହିଁ। ସୋସିଆଲ ମିଡିଆ ପାଇଁ ଉଭୟ ପକ୍ଷର ଦୁଇଜଣ ଲେଖାଏ ବାର୍ତ୍ତାଳାପର ରେକର୍ଡିଂ କରିବେ ବୋଲି ସର୍ତ୍ତ ରଖାଯାଇଥିଲା। ଭିନେଶ ନିଜ ଆବେଗ ଓ କଠିନ ପରିଶ୍ରମକୁ ସାମାଜିକ ଗଣମାଧ୍ୟମରେ ଉପହାସର ପାତ୍ର ହେଉ ବୋଲି ଚାହିଁ ନ ଥିଲେ। ପ୍ରଧାନମନ୍ତ୍ରୀ ବିନା କୌଣସି ପ୍ରଚାର ପ୍ରସାର ସର୍ତ୍ତରେ କଲ୍‌ କରିଥିଲେ ସେ ତାକୁ ପ୍ରଶଂସା କରିଥାଆନ୍ତେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

ବିଧାୟକଙ୍କ ସ୍ବୀକାର, ସରକାର ନିର୍ବିକାର: ବିକ୍ରି ହୋଇପାରିନି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ମାସକ ପରେ ରବିଧାନ ଅମଳ ହେବ। ଫଳରେ ରବି ଧାନବିକ୍ରି ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri