Categories: ଜାତୀୟ

ଉତ୍ତରପ୍ରଦେଶ ଗରିବଙ୍କ ପାଇଁ ଉପହାର ଘୋଷଣା କଲେ ମୋଦି

ଲକ୍ଷ୍ନୌ, ୨୦।୧: ଉତ୍ତରପ୍ରଦେଶର ଗ୍ରାମୀଣ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଉପହାର ଘୋଷଣା କରିଛନ୍ତି। ରାଜ୍ୟର ୬ ଲକ୍ଷ ୧୦ ହଜାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅନ୍ତର୍ଗତ ବାସ ଗୃହ ଯୋଗାଇ ଦିଆଯିବ। ଏଥିପାଇଁ ୨୬୯୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ଶୁଭାରମ୍ଭ ମୋଦି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରିଛନ୍ତି। ଏବେ ଗରିବଙ୍କ ସ୍ବପ୍ନ ସାକାର ହୋଇପାରିବ। ୨୦୨୨ ସୁଦ୍ଧା ପ୍ରତି ଗରିବଙ୍କ ପାଖରେ ନିଜର ବାସଗୃହ ରହିଥିବ ବୋଲି ମୋଦି କହିଛନ୍ତି। ଏହି ଅବସରରେ ମୋଦି ପୂର୍ବର ସପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସପା ସରକାରଙ୍କ ଅମଳରେ ଗରିବଙ୍କ ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ନ ଥିବା ମୋଦି କହିଛନ୍ତି। ଏହି ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ମଧ୍ୟରୁ ୫ ଲକ୍ଷ ୩୦ ହଜାରଙ୍କୁ ଯୋଜନାର ପ୍ରଥମ କିସ୍ତିି ଆର୍ଥିକ ସହାୟତା ମିଳି ସାରିଛି। ଅପରପକ୍ଷରେ ୮୦ ହଜାର ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ସହାୟତା ପ୍ରଦାନ କରାଯାଇଛି।

Share