Posted inଜାତୀୟ

ଦେଶକୁ ଡରାଇଲାଣି ବିଦ୍ୟୁତ୍‌ ଅଭାବ

ନୂଆଦିଲ୍ଲୀ,୯।୧୦: ପୂରା ଦେଶରେ କୋଇଲା ସଙ୍କଟ ଘନେଇବାରେ ଲାଗିଛି। ଦିଲ୍ଲୀ ପରେ ଉତ୍ତରପ୍ରଦେଶ(ୟୁପି)ରେ ମଧ୍ୟ ବିଦ୍ୟୁତ୍‌ କାଟ ହେବା ନେଇ ଘୋଷଣା ହୋଇସାରିଲାଣି। ବିଦ୍ୟୁତ୍‌ ସଙ୍କଟରୁ ବର୍ତ୍ତିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ମାଗିବା ପରେ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଚିତ୍ର। କୋଇଲା ଅଭାବରୁ ୧୪ଟି ପାଓ୍ବର ପ୍ଲାଣ୍ଟରେ ତାଲା ପଡ଼ିଗଲାଣି। ଏହା ଦେଶର କୋଇଲା ଓ ବିଦ୍ୟୁତ୍‌ ସଙ୍କଟକୁ ଦର୍ଶାଇବା ପାଇଁ ଯଥେଷ୍ଟ।

ସିଧାସଳଖ କୋଇଲା ଅଭାବ କାରଣରୁ ୟୁପିରେ ୮ ପାଓ୍ବର ପ୍ଲାଣ୍ଟ ବନ୍ଦ ହୋଇଥିବା ବେଳେ ଭିନ୍ନ କାରଣରୁ ସବୁ ଦିନ ପାଇଁ ବନ୍ଦ ହୋଇଯାଇଛି ୬ଟି ପାଓ୍ବର ପ୍ଲାଣ୍ଟ। ବର୍ତ୍ତମାନ ରାଜ୍ୟକୁ ୨୦ରୁ ୨୧ହଜାର ମେଗାଓ୍ବାଟ ପାଓ୍ବର ଦରକାର ପଡ଼ୁଛି। କିନ୍ତୁ ୧୭ ହଜାର ମେଗାଓ୍ବାଟ ଯୋଗାଣ ହୋଇପାରୁଛି। ଅଭାବ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଗ୍ରାମାଞ୍ଚଳମାନଙ୍କରେ ଦିନକୁ ୪ରୁ ୫ ଘଣ୍ଟା ବିଦ୍ୟୁତ୍‌ ଯୋଗାଣ ବନ୍ଦ ରଖାଯିବା ନେଇ ଅଧିକାରୀମାନେ ଘୋଷଣା କରିଛନ୍ତି। ବନ୍ଦ ହୋଇଯାଇଥିବା ୧୪ ପାଓ୍ବର ପ୍ଲାଣ୍ଟରୁ ରାଜ୍ୟକୁ ୪୫୨୦ ମେଗା ଓ୍ବାଟ ବିଦ୍ୟୁତ ମିଳୁଥିଲା। ବନ୍ଦ ହୋଇଯିବାରୁ ରାଜ୍ୟରେ ୟୁନିଟ୍‌ ପିଛା ବିଦ୍ୟୁତ ଦର ମଧ୍ୟ ବଢ଼ି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ, ବାଂଲାଦେଶରେ ଦୀପୁଙ୍କ ବନ୍ଧୁମାନେ ବିଶ୍ୱାସଘାତକତା କରି…

ବାଂଲାଦେଶର ମୈମନସିଂ ଜିଲାର ଏକ କପଡ଼ା କାରଖାନାରେ କାମ କରୁଥିବା ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଗୁରୁବାର (ଡିସେମ୍ବର ୧୬) ଦିନ...

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ଶୀତଦିନେ ମୁହଁ ଘୋଡ଼ାଇ ଶୋଉଥିଲେ ସାବଧାନ! ଏହି ବ୍ୟକ୍ତିଙ୍କ ପାଇଁ ହୋଇପାରେ….

ନୂଆଦିଲ୍ଲୀ,୨୩।୧୨: ପ୍ରାୟତଃ, ଶୀତ ମାସରେ, ଆମେ ଶୋଇବା ସମୟରେ ଆମର ସମ୍ପୂର୍ଣ୍ଣ ମୁହଁକୁ କମ୍ବଳରେ ଘୋଡ଼ାଇ ରଖିଥାଉ କାରଣ ଏହା ଆମକୁ ଆରାମଦାୟକ ଏବଂ ଗରମ...

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତ୍ୟା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ପ୍ରଥମ ପତ୍ନୀଙ୍କ ପରଲୋକର ୭ ବର୍ଷ ପରେ ବିବାହ କଲେ ଏହି କ୍ରିକେଟର, ଦ୍ୱିତୀୟ ପତ୍ନୀଙ୍କ ବୟସ ଜାଣିଲେ…

ଲଣ୍ଡନ,୨୩।୧୨: ଫୁସଫୁସ କର୍କଟ ରୋଗରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁର ପ୍ରାୟ ସାତ ବର୍ଷ ପରେ, ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଣ୍ଡ୍ରୁ ଷ୍ଟ୍ରସ ପୁନଃବିବାହ କରିଛନ୍ତି। ଷ୍ଟ୍ରସ...

ରାଜ୍ୟ ସଭାରେ ବଦଳିବ ନମ୍ବର ଗେମ, ୨୦୨୬ରେ ୭୫ ଆସନରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୩।୧୨: ୨୦୨୬ ମସିହାରେ ସାରା ଦେଶରେ ବଡ଼ ଧରଣର ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। କେରଳ, ତାମିଲନାଡୁ, ଆସାମ ଏବଂ ପଶ୍ଚିମବଙ୍ଗ ଭଳି ପ୍ରମୁଖ ରାଜ୍ୟରେ...

ନିଜ ସରକାରଙ୍କୁ ଚେତାବନୀ ଦେଲେ ଭାଜପା ବିଧାୟକ

ଜୟପୁର,୨୩।୧୨: ରାଜସ୍ଥାନ ଯୋଧପୁରର ସୁରସାଗର ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଦେବେନ୍ଦ୍ର ଯୋଶୀଙ୍କ ଏକ ବୟାନ ଏବେ ଶିରୋନାମାରେ ପରିଣତ ହେଉଛି। ତାଙ୍କ ବୟାନ ପରେ ବିରୋଧୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri