Categories: ଖେଳ

ମୋଦି-ଆଲବାନେ ଦେଖିବେ ଅହମଦାବାଦ ଟେଷ୍ଟ…

ଆହମଦାବାଦ,୮।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନେ ଅହମଦାବାଦରେ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଦେଖିବେ। ମାର୍ଚ୍ଚ ୯ ଗୁରୁବାରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ନେତା ଉପସ୍ଥିତ ରହିବେ। ଏହି ମ୍ୟାଚ ପୂର୍ବାହ୍ନ ସାଢ଼େ ୮ଟାରୁ ଉଭୟ ନେତାଙ୍କ ଉପସ୍ଥିତିରେ ଆରମ୍ଭ ହେବ।

ପ୍ରଧାନମନ୍ତ୍ରୀ ମୋଦି ବୁଧବାର ରାତିରେ ଅହମଦାବାଦରେ ପହଞ୍ଚିବେ। ସେ ରାତିରେ ରାଜ ଭବନରେ ରହିବେ।
ବୁଧବାର ସନ୍ଧ୍ୟାରେ ଆଲବାନେ ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସେ ସାବରମତି ଆଶ୍ରମରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି।

Share